ବରୀରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ: ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୪ ଛୁଇଁଲା

ବରୀ,୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରୁ ଶନିବାର ସକାଳେ ଆଉ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରୀ ବ୍ଲକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ନୂଆ ୪ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିବା ବେଳେ ସମସ୍ତେ ସ୍ଥାନୀୟ ସନ୍ଥନ ମଠ ନିକଟ ବେବେକାନନ୍ଦ ଶିକ୍ଷାକେନ୍ଦ୍ର କ୍ୱାରାଣ୍ଟାଇନ କେନ୍ଦ୍ରରେ ରହୁଥିଲେ। ଏହା ଜଣାପଡ଼ିବା ପରେ ଡାକ୍ତରୀ ଦଳ ଉକ୍ତ କେନ୍ଦ୍ରରେ ଉପସ୍ଥିତ ଥିବା ସୂଚନା ମିଳିଛି।