Categories: ଜାତୀୟ

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଫୁସଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କୋଲକାତାରେ ନିଜ ବାସବଭନରେ ଗୁରୁବାର ସକାଳ ୬ଟାରେ ସେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ଏବଂ ଝିଅ ଉପସ୍ଥିତ ଥିଲେ। ୧୯୮୫ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ପାନସୁକୁରା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ରେ ଘାଟଲ୍‌ ଲୋକସଭା ଆସନରୁ ଏମ୍‌ପି ଭାବେ ବିଜୟ ଲାଭ କରିଥିଲେ। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି।

Share