Categories: ମେଟ୍ରୋ

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଖବରଦାତା ପ୍ରଶାନ୍ତ ଦାଶଙ୍କ ଭାଇ ପ୍ରଭାତ ଦାଶ (୬୨)ଙ୍କ ଗୁରୁବାର ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ସେ ଓଡ଼ିଶା ଜର୍ନାଲିଷ୍ଟ୍‌ ୟୁନିଅନ ସଭାପତି ତଥା ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ସଦସ୍ୟ ଥିଲେ। ଏଥିସହ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।