Categories: ଖେଳ

ବରିଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ

ମୁମ୍ବାଇ, ୧୩।୬: ବରିଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କର ଶନିିବାର ମୁମ୍ବାଇଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ଦକ୍ଷିଣ ମୁମ୍ବାଇର ଚନ୍ଦବାଡ଼ି ଶ୍ମଶାନରେ କରାଯିବ। ତାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ବସନ୍ତ ରାୟଜୀ ୧୯୨୦ ଜାନୁୟାରୀ ୨୬ରେ ଜନ୍ମଗ୍ରହଣ କରିଥିଲେ। ୪୦ ଦଶକରେ କ୍ରିକେଟ ଖେଳି ୯ଟି ମ୍ୟାଚ୍‌ରେ ସେ ୨୭୭ ରନ୍‌ ସଂଗ୍ରହ କରିଥିଲେ। ସେ ଲାଲା ଅମରନାଥ, ବିଜୟ ମର୍ଚ୍ଚାଣ୍ଟ୍‌, ସି.କେ.ନାଇଡୁ, ବିଜୟ ହଜାରେ ଆଦି ଖେଳାଳିଙ୍କ ସହିତ ଖେଳିଥିଲେ। ସୂଚନାଯୋଗ୍ୟ, ବସନ୍ତ ରାୟଜୀଙ୍କର ୧୦୦ତମ ଜନ୍ମଦିନରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍‌ ଓ୍ବଗ୍‌ ତାଙ୍କ ମିଶି କେକ୍‌ କାଟୁଥିବାରୁ ଏକ ଭିଡ଼ିଓ ଚଳିତ ବର୍ଷ ଜାନୁୟାରୀ ୨୬ରେ ଟୁଇଟରରେ ଶେୟାର କରାଯାଇଥିଲା। ଏକ ମିନିଟ୍‌ ୨୦ ସେକେଣ୍ଡର ଏହି ଭିଡ଼ିଓ ସେତେବେଳେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା।

Share