ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲେ ମହାଦେବ:ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର, ୮ା୬ (ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ବରାତିରେ ନଗର ପରିକ୍ରମା କରି କନ୍ୟାଘରେ ପହଞ୍ଚିଥିଲେ। ଏଥିସହ ଷଷ୍ଠୀ ତିଥିରେ ମାହେନ୍ଦ୍ର ମୁହୂର୍ତ୍ତରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଜଗତଜନନୀ ମାତା ପାର୍ବତୀ ଓ ଶିବଙ୍କ ବିବାହ ସମ୍ପୂର୍ଣ୍ଣ ଲୋକାଚାର, ପରମ୍ପରା ଓ ରୀତିନୀତିରେ ହୋଇଥିଲା। ପଣ୍ଡିତଙ୍କ ମହାମନ୍ତ୍ର ପାଠ ସହ ବେଲପତ୍ର, କୁଶରଜୁ ଓ ପଦ୍ମମାଳାରେ ହସ୍ତବନ୍ଧନ ହୋଇଥିଲା। ମାତା ପାର୍ବତୀଙ୍କୁ କନ୍ୟାରୂପେ ପାଇ ସୌଭାଗ୍ୟ ଅର୍ଜନ କରିଥିବା ମାତାପିତା ହସ୍ତବନ୍ଧନରେ ଜଳ ଢ଼ାଳି କନ୍ୟାଦାନ କରିଥିଲେ। ସର୍ବପୁରାତନ ଶୈବପୀଠ ବାଲିବନ୍ଧାସ୍ଥିତ ସୋମନାଥ ବାବା, ନନ୍ଦପଡା ଶ୍ରୀଶ୍ରୀ ବମ୍‌ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଶ୍ରୀଶ୍ରୀ ଲୋକନାଥ ବାବା, ମୁଦିପଡା ଶ୍ରୀଶ୍ରୀ ଜାଗେଶ୍ୱର ବାବା ସ୍ବମନ୍ଦିର ସମ୍ମୁଖରେ ସ୍ବର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଆଭୁଷଣ ହୋଇ ବରବେଶରେ ସଜ୍ଜିତ ହୋଇଥିଲେ। ପଣ୍ଡିତମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ୧୦୮ ମହାଆଳତି କରିଥିଲେ ା ହରିବୋଲ ହୁଳହୁଳି ଓ ଶଙ୍ଖନାଦରେ ଶୈବପୀଠ ଉଛୁଳି ପଡିଥିଲା ।
ବରାତିରେ ରଙ୍ଗିନ ଆତସବାଜିରେ ମୁକ୍ତାକାଶ ଚମକୁଥିଲା। ଦେବାଦେବୀଙ୍କ ବେଶରେ ସଜ୍ଜିତ ହୋଇ ଭକ୍ତମାନେ ବରାତିରେ ସାମିଲ ହୋଇଥିଲେ। ସେହିପରି ଐତିହାସିକ ଶୈବପୀଠ ବୁଢାରଜା ମହାଦେବ, ବଡବଜାର ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା, ସାଲିହାବଗିଚା, ସାକ୍ଷୀପଡା, ଫାଟକ, ସହର ଉପକଣ୍ଠସ୍ଥ ମାନେଶ୍ୱର ମାନଧାତା ବାବା, ସିନ୍ଦୂରପଙ୍କ ତାରକେଶ୍ୱର ବାବା, ଶଙ୍କରମଠ ବାବାଙ୍କ ମାତା ପାର୍ବତୀଙ୍କ ସହ ବିବାହ ସଂପୂର୍ଣ୍ଣ ହୋଇଛି ।
ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଜଗତ ଜନନୀ ମାତା ପାର୍ବତୀ ବଧୂ ବେଶରେ ସଜେଇ ହୋଇ ଶିବଙ୍କୁ ଚାହିଁ ବସିଥିଲେ। ସେହିପରି କନ୍ୟା ପରିବାର ଓ ବନ୍ଧୁ ପରିଜନ ମଧ୍ୟ ରାତ୍ରି ଶେଷ ଭାଗରେ ମହାଦେବଙ୍କୁ ବାଟବରଣ କରି ବିବାହ ମଣ୍ଡପକୁ ନେଇଥିଲେ। ହୁଳହୁଳିି, ହରିବୋଲ, ଘଣ୍ଟ, ଶଙ୍ଖନାଦରେ ଗୁଞ୍ଜରିତ ହେଉଥିଲା ବିବାହ ମଣ୍ଡପା ବରାତିରେ ଘଣ୍ଟ, ଶଙ୍ଖ, ଢ଼ାକି ବାଜା, ଦୁଲଦୁଲି, ସଂପ୍ରଦା, ଝାଞ୍ଜ ଓ ଘୁମୁରା ବାଦ୍ୟ ସାମିଲ ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ରାୟପୁର କଳାକାର ଆଧୁନିକ ଓ ପାରମ୍ପରିକ ନୃତ୍ୟ କରିଥିଲେ। ମହାଦେବଙ୍କ ବରବେଶ ଓ ବରାତିରେ ସାମିଲ ହେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri