ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର,୨।୨(ସ୍ବ.ପ୍ର.) : ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ବସ୍ତା ଥାନା ଅନ୍ତର୍ଗତ ପଦିମା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ବରଯାତ୍ରୀଙ୍କୁ ନେଇ ଏକ ପିକ୍‌ଅପ ଜଳେଶ୍ବର ଥାନା ଅନ୍ତର୍ଗତ ସରସିଦା ଗ୍ରାମକୁ ଯାଉଥିବା ବେଳେ ୬୦ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ରାସ୍ତାକଡ଼କୁ ପିକ୍‌ଅପଟି ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ୨୦ ବରଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତମାନଙ୍କୁ ନିକଟସ୍ଥ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।