ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ କରିବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଦିଶା ପଟାନୀଙ୍କ ପର୍ଯ୍ୟନ୍ତ ବରଫ ପାଣିରେ ପ୍ରତିଦିନ ମୁହଁ ଧୋଇଥାନ୍ତି। ବରଫ ପାଣି ବ୍ୟବହାର ଦ୍ୱାରା ତ୍ୱଚା ସଫା ରହିବା ସହ ଉଜ୍ଜ୍ୱଳ ମଧ୍ୟ ଦିଶେ। ମୁହଁରେ ବରଫ ଖଣ୍ଡ ଘଷିଲେ ତ୍ୱଚାର ରଙ୍ଗ ସଫା ହୋଇଥାଏ। ଏଥିସହିତ ଯଦି ମୁହଁରେ କୌଣସି ପ୍ରକାରର ସଂକ୍ରମଣ ହୋଇଥାଏ, ତେବେ ପ୍ରତିଦିନ ସକାଳେ ଉଠିବା ମାତ୍ରେ ଥଣ୍ଡା ଜଳରେ ମୁହଁକୁ ଭଲଭାବେ ପରିଷ୍କାର କରନ୍ତୁ। ସେଥିରେ ଅଳ୍ପ ଗୋଲାପ ଜଳ ମିଶାଇ ମଧ୍ୟ ବ୍ୟବହାର କରିପାରନ୍ତି। ଏଭଳି କରିଲେ ମୁହଁରେ ସଂକ୍ରମଣର ଆଶଙ୍କା ରହିବ ନାହିଁ ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ବରଫ ପାଣି ମୁହଁରେ ଘଷିବା ଦ୍ୱାରା ପୋର୍ସଗୁଡିକ ସଙ୍କୁଚିତ ହୋଇଯାଏ। ଫଳରେ ବ୍ରଣ ସମସ୍ୟା ଦୂର ହୋଇଥାଏ।

ବରଫ ପାଣିର ବ୍ୟବହାର କେମିତି କରିବେ
ପ୍ରଥମେ ଏକ ପାତ୍ରରେ ପାଣି ଆଣି ସେଥିରେ ବରଫ ଖଣ୍ଡ ପକାନ୍ତୁ। ବରଫକୁ ସେଥିରେ ଭଲ ଭାବେ ମିଳେଇବାକୁ ଦିଅନ୍ତୁ। ଏହାପରେ ମୁହଁକୁ କିଛି ସମୟ ପାଇଁ ସେହି ପାଣି ପାଣିରେ ବୁଡାଇ ରଖନ୍ତୁ। ହାତରେ ପାଣି ନେଇ ମୁହଁରେ ମଧ୍ୟ ଛାଟି ପାରିବେ।

Share