Categories: ଜାତୀୟ

ବରଫପାତରେ ଗରବା କରୁଥିବା ସେନା କର୍ମଚାରୀଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୭।୧୦: ଦେଶରେ ଦଶହରା ଆଡମ୍ବରରେ ପାଳିତ ହେଉଥିବାବେଳେ କେନ୍ଦ୍ରୀୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଟୁଇଟରରେ ବରଫପାତରେ ମନ ଖୁସିରେ ଗରବା ନାଚ କରୁଥିବା କିଛି ସେନା କର୍ମଚାରୀଙ୍କ ଭିଡ଼ିଓ ଅପଲୋଡ୍‌ କରିଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଜିତେନ୍ଦ୍ର ସିଂ ଲେଖିଛନ୍ତି, ଭାରତୀୟ ଯବାନଙ୍କ ଉପରେ ଦେଶ ଗର୍ବ କରୁଛି। ମାଇନସ୍‌ ତାପମାତ୍ରାରେ ମଧ୍ୟ ସେମାନେ ମନ ଆନନ୍ଦରେ ନବରାତ୍ର ଅବସରରେ ଗରବା କରୁଛନ୍ତି। ଯବାନଙ୍କ ଏଭଳି ମନୋଭାବ ଭାରତକୁ ଅଜେୟ କରିଥାଏ। ଏହା ଭାରତୀୟଙ୍କ ମଧ୍ୟରେ ଭରି ରହିଛି ବୋଲି ସେ କହିଛନ୍ତି।

Share