ବରଗଡ଼ସ୍ଥିତ କୋଭିଡ-୧୯ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ

ବରଗଡ଼ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ-୧୯ ହସପିଟାଲ ସ୍ଥାପନ କରାଯାଇଛି। ଏହି କ୍ରମରେ ବରଗଡ଼ ସହର ଉପକଣ୍ଠ ଖେଦାପାଲି (ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପିତ ହୋଇଛି। ଏହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଶନିବାର ପୂର୍ବାହ୍ନରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଶନିବାର ପହଞ୍ଚି ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି, ପଦ୍ମିନୀ ସାହୁ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।