ବରଗଡ଼ରେ ରବିଋତୁ ଧାନ କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୮।୫: ବରଗଡ଼ ଜିଲାରେ ଶୁକ୍ରବାରଠାରୁ ରବିଋତୁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବରଗଡ଼ ଓ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରେ ସମୁଦାୟ ୯୨୭୬ ପ୍ୟାକେଟ୍‌ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ ୧୯୮୯ ପ୍ୟାକେଟ୍‌ ଧାନ ବିକ୍ରି ହେବା ପରେ ମିଲର୍ସମାନେ ତାକୁ ଉଠାଇଛନ୍ତି । ଅନ୍ୟପଟେ ଆହୁରି ୭୨୮୭ ପ୍ୟାକେଟ୍‌ ଧାନ ମଣ୍ଡିରେ ପଡ଼ି ରହିଛି। ଧାନ ଅମଳ ଜୋର୍‌ ଧରିଥିବାରୁ ଆଗକୁ ମଣ୍ଡିରେ ସଂଗୃହୀତ ଧାନ ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ । ଫଳରେ ଧାନ ଉଠାଣ ଦିଗରେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ଚାଷୀମାନେ କହିଛନ୍ତି। ନଚେତ କାଳବୈଶାଖୀ ଝଡ଼ବର୍ଷାରେ ଚାଷୀଙ୍କ ଅମଳ ଧାନ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ବରଗଡ଼ ଆରଏମସି ଅଧୀନ କଲାପାଣି ମଣ୍ଡିକୁ ବରାହଗୋଡ଼ା ଗ୍ରାମର ଚାଷୀ ଦିଲୀପ ଭୋଇ ୨୨୬ ପକେଟ୍‌ ଧାନ ଆଣିଥିଲେ । ସେଠାରେ ସମବାୟ ଉପନିବନ୍ଧକ (ଡିଆରସିଏସ) ଭକ୍ତବନ୍ଧୁ ସାହୁ, ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଦୁର୍ଗାଚରଣ ଭେସ୍ରା, ସହକାରୀ ସମବାୟ ନିବନ୍ଧକ (ଏଆର୍‌ସିଏସ୍‌) ଗଜେନ୍ଦ୍ର ପଣ୍ଡା, ଆରଏମ୍‌ସି ସମ୍ପାଦକ ଦୁର୍ଗାପ୍ରସାଦ ଛୁରିଆ ପ୍ରମୁଖ ଉପସ୍ଥିତ ରହି ଧାନ କିଣାବିକାର ଶୁଭାରମ୍ଭ କରିଥିଲେ । ଧାନ କ୍ରୟ ହେବା ପରେ ସ୍ଥାନୀୟ ସିଦ୍ଧେଶ୍ୱର ରାଇସ୍‌ ମିଲ୍‌କୁ ସେହି ଧାନ ଯାଇଥିଲା । ସେହିପରି ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିକୁ ୯୦୫୦ ପ୍ୟାକେଟ୍‌ ଧାନ ଆସିଥିଲା । ସେଥିରୁ ୧୭୬୩ ପ୍ୟାକେଟ୍‌ ଧାନ ବିକ୍ରି ପରେ ମିଲ୍‌କୁ ଯାଇଥିବା ଅତାବିରା ଆରଏମସି ସମ୍ପାଦକ ବିଶ୍ୱଜିତ ବାରିକ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଧାନ କିଣାବିକା ପାଇଁ ସମୁଦାୟ ୧୩୭ଟି ମଣ୍ଡି ଖୋଲାଯିବା ବ୍ୟବସ୍ଥା ରହିଛି । ସେଥିରୁ ୧୨୪ଟି ମଣ୍ଡିରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ଅନ୍ୟ ୧୩ଟିରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଧାନକ୍ରୟ କରିବାର ବ୍ୟବସ୍ଥା କରାଯାଇଛି । ଧାନ କିଣାବିକାରେ ଏଥର ଜିଲାର ୧୧୪ଟି ରାଇସ୍‌ ମିଲକୁ ସାମିଲ୍‌ କରାଯାଇଛି । ତେବେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏଥର ମଣ୍ଡିରେ ମଧ୍ୟ ସାମାଜିକ ଦୂରତ୍ୱ ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି । ଏକର ପ୍ରତି ୨୬ କୁଇଣ୍ଟାଲ ହାରରେ ପ୍ରତି ମଣ୍ଡିକୁ ଦିନକୁ କେବଳ ୩୦ଜଣ ଚାଷୀ ସାମାଜିକ ଦୂରତା ରଖି ଧାନ ବିକ୍ରି ପାଇଁ ଆସିପାରିବେ ବୋଲି କଟକଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri