ବରଗଡ଼ରେ ପୁଣି ୫୬ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭ଶହ

ବରଗଡ଼ ଅଫିସ୍‌,୧୧।୮: ବରଗଡ଼ ଜିଲାରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ଜିଲାରେ ପୁଣି ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦରେ ସର୍ବାଧିକ ୩୦ଜଣ ରହିଛନ୍ତି । ସେହିପରି ବରଗଡ଼ ବ୍ଲକ, ସୋହେଲା ବ୍ଲକ, ବିଜେପୁର ବ୍ଲକ ଓ ବରପାଲି ଏନ୍‌ଏସିରେ ୪ଜଣ ଲେଖାଏ ଆକ୍ରାନ୍ତ ରହିଥିବାବେଳେ ବରପାଲି, ପଦ୍ମପୁର ଓ ଅତାବିରା ବ୍ଲକରେ ୨ଜଣ ଲେଖାଏ ଆକ୍ରାନ୍ତ ଅଛନ୍ତି । ଭଟଲି ବ୍ଲକରେ ୩ ଏବଂ ଗାଇସିଲେଟ୍‌ ବ୍ଲକରେ ଜଣେ ଆକ୍ରାନ୍ତ ଅଛନ୍ତି । ବରଗଡ଼ ପୌରପରିଷଦର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୱାର୍ଡ ନଂ-୧ କେଶବନଗରରେ ୧୨ଜଣ, ଚନ୍ଦନନଗରରେ ୩ଜଣ, ୱାର୍ଡ ନଂ-୧୭ ଅମ୍ବାପାଲି ଅନ୍ନପୂର୍ଣ୍ଣା କଲୋନୀରେ ଜଣେ, ସାଇ ମଲ୍ଟି ସ୍ପେଶିଆଲିଟି ହସପିଟାଲରେ ୨ଜଣ, ୱାର୍ଡ ନଂ-୧୩ ପଞ୍ଚାୟତ କଲେଜ ରାସ୍ତାପାର୍ଶ୍ୱର ଜଣେ, ୱାର୍ଡ ନଂ-୧୬ କପିଳେଶ୍ୱର ନଗରର ଜଣେ, ୱାର୍ଡ଼ ନଂ-୭ ବିଶିପଡ଼ାର ଜଣେ, ୱାର୍ଡ଼ ନଂ-୯ ଭିଏସ୍‌ଏସ ନଗରର ଜଣେ, ୱାର୍ଡ ନଂ-୧୮ ବାନ୍ଦୁଟିକ୍ରା ସୁନାରୀ ଗଳିର ୨ଜଣ, ବନ୍ଧପଡ଼ାର ୨ଜଣ, ୱାର୍ଡ଼ ନଂ-୧୫ ଗୋବିନ୍ଦପାଲିର ୨ଜଣ, ୱାର୍ଡ଼ ନଂ-୧୪ ସୁବାସ ନଗରର ୨ଜଣ ରହିଛନ୍ତି ।
ସେହିପରି ବରଗଡ଼ ବ୍ଲକର ବିକାଶ ହସ୍ଫିଟାଲରେ ୪ଜଣ, ସୋହେଲା ବ୍ଲକର ଆକ୍ରାନ୍ତଙ୍କ ମଧ୍ୟରେ ପେଟୁପାଲିର ୨ଜଣ ହୋଇଥିବାବେଳେ କୁଚିପାଲି ଓ ଗୁଡ଼ଭେଲିପଦରର ଜଣେ ଲେଖାଏଁ ରହିଛନ୍ତି । ବରପାଲି ବ୍ଳକ ବରମକେଲାର ୨ଜଣ, ବରପାଲି ଏନଏସିର ୱାଡ ନଂ-୫, ୱାର୍ଡ ନଂ-୧୧, ୱାଡ ନଂ-୭, ୱାଡନଂ-୧ର ଜଣେ ଲେଖାଁ ଆକ୍ରାନ୍ତ ଅଛନ୍ତି । ଭଟଲି ବ୍ଲକର ଆକ୍ରାନ୍ତଙ୍କ ମଧ୍ୟରେ ଉଦେପାଲିର ୨ଜଣ, ନୂଆପାଲିର ଜଣେ, ପଦ୍ମପୁର ବ୍ଲକର ବରିକେଲ, ବଡ଼ମାଲରେ ଜଣେ ଲେଖାଏଁ, ଅତାବିରା ବ୍ଲକର କୁକେତିରା, ଚକୁଳିଫାର୍ମ ଦୁର୍ଗା ମନ୍ଦିର ନିକଟରେ ଜଣେ ଲେଖାଏ, ଗାଇସିଲେଟ୍‌ ବ୍ଲକର ତେଲିପୁଖାପାଣିରେ ଜଣେ, ବିଜେପୁର ବ୍ଲକର ବିଜେପୁରରେ ୩ଜଣ ଏବଂ ଚାରପାଲିରେ ଜଣେ ଆକ୍ରାନ୍ତ ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୪୨ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨୫୬ଜଣ କୋଭିଡ୍‌ ହସ୍ପିିଟାଲରେ ଚିକିତ୍ସାଧୀନ ଥିବା ସୂଚନା ଦିଆଯାଇଛି ।