ବରଗଡ଼ରେ ପୁଣି ୫୬ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭ଶହ

ବରଗଡ଼ ଅଫିସ୍‌,୧୧।୮: ବରଗଡ଼ ଜିଲାରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ଜିଲାରେ ପୁଣି ୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରପରିଷଦରେ ସର୍ବାଧିକ ୩୦ଜଣ ରହିଛନ୍ତି । ସେହିପରି ବରଗଡ଼ ବ୍ଲକ, ସୋହେଲା ବ୍ଲକ, ବିଜେପୁର ବ୍ଲକ ଓ ବରପାଲି ଏନ୍‌ଏସିରେ ୪ଜଣ ଲେଖାଏ ଆକ୍ରାନ୍ତ ରହିଥିବାବେଳେ ବରପାଲି, ପଦ୍ମପୁର ଓ ଅତାବିରା ବ୍ଲକରେ ୨ଜଣ ଲେଖାଏ ଆକ୍ରାନ୍ତ ଅଛନ୍ତି । ଭଟଲି ବ୍ଲକରେ ୩ ଏବଂ ଗାଇସିଲେଟ୍‌ ବ୍ଲକରେ ଜଣେ ଆକ୍ରାନ୍ତ ଅଛନ୍ତି । ବରଗଡ଼ ପୌରପରିଷଦର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୱାର୍ଡ ନଂ-୧ କେଶବନଗରରେ ୧୨ଜଣ, ଚନ୍ଦନନଗରରେ ୩ଜଣ, ୱାର୍ଡ ନଂ-୧୭ ଅମ୍ବାପାଲି ଅନ୍ନପୂର୍ଣ୍ଣା କଲୋନୀରେ ଜଣେ, ସାଇ ମଲ୍ଟି ସ୍ପେଶିଆଲିଟି ହସପିଟାଲରେ ୨ଜଣ, ୱାର୍ଡ ନଂ-୧୩ ପଞ୍ଚାୟତ କଲେଜ ରାସ୍ତାପାର୍ଶ୍ୱର ଜଣେ, ୱାର୍ଡ ନଂ-୧୬ କପିଳେଶ୍ୱର ନଗରର ଜଣେ, ୱାର୍ଡ଼ ନଂ-୭ ବିଶିପଡ଼ାର ଜଣେ, ୱାର୍ଡ଼ ନଂ-୯ ଭିଏସ୍‌ଏସ ନଗରର ଜଣେ, ୱାର୍ଡ ନଂ-୧୮ ବାନ୍ଦୁଟିକ୍ରା ସୁନାରୀ ଗଳିର ୨ଜଣ, ବନ୍ଧପଡ଼ାର ୨ଜଣ, ୱାର୍ଡ଼ ନଂ-୧୫ ଗୋବିନ୍ଦପାଲିର ୨ଜଣ, ୱାର୍ଡ଼ ନଂ-୧୪ ସୁବାସ ନଗରର ୨ଜଣ ରହିଛନ୍ତି ।
ସେହିପରି ବରଗଡ଼ ବ୍ଲକର ବିକାଶ ହସ୍ଫିଟାଲରେ ୪ଜଣ, ସୋହେଲା ବ୍ଲକର ଆକ୍ରାନ୍ତଙ୍କ ମଧ୍ୟରେ ପେଟୁପାଲିର ୨ଜଣ ହୋଇଥିବାବେଳେ କୁଚିପାଲି ଓ ଗୁଡ଼ଭେଲିପଦରର ଜଣେ ଲେଖାଏଁ ରହିଛନ୍ତି । ବରପାଲି ବ୍ଳକ ବରମକେଲାର ୨ଜଣ, ବରପାଲି ଏନଏସିର ୱାଡ ନଂ-୫, ୱାର୍ଡ ନଂ-୧୧, ୱାଡ ନଂ-୭, ୱାଡନଂ-୧ର ଜଣେ ଲେଖାଁ ଆକ୍ରାନ୍ତ ଅଛନ୍ତି । ଭଟଲି ବ୍ଲକର ଆକ୍ରାନ୍ତଙ୍କ ମଧ୍ୟରେ ଉଦେପାଲିର ୨ଜଣ, ନୂଆପାଲିର ଜଣେ, ପଦ୍ମପୁର ବ୍ଲକର ବରିକେଲ, ବଡ଼ମାଲରେ ଜଣେ ଲେଖାଏଁ, ଅତାବିରା ବ୍ଲକର କୁକେତିରା, ଚକୁଳିଫାର୍ମ ଦୁର୍ଗା ମନ୍ଦିର ନିକଟରେ ଜଣେ ଲେଖାଏ, ଗାଇସିଲେଟ୍‌ ବ୍ଲକର ତେଲିପୁଖାପାଣିରେ ଜଣେ, ବିଜେପୁର ବ୍ଲକର ବିଜେପୁରରେ ୩ଜଣ ଏବଂ ଚାରପାଲିରେ ଜଣେ ଆକ୍ରାନ୍ତ ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୪୨ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨୫୬ଜଣ କୋଭିଡ୍‌ ହସ୍ପିିଟାଲରେ ଚିକିତ୍ସାଧୀନ ଥିବା ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri