ବରଗଡ଼ରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା

ବରଗଡ଼ ଅଫିସ,୫ା୬: ବରଗଡ଼ ଜିଲାରେ ପୁଣି ୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ସାତବନ୍ଧ, ଜାରିଂ କନପୁରୀ ଓ ବାନ୍ଦୁପାଲିର ଜଣେ ଲେଖାଏ ହୋଇଥିବା ବେଳେ ସମସ୍ତେ ତାମିଲନାଡୁ ଫେରନ୍ତା ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଶୁକ୍ରବାର ସୂଚନା ଦେଇଛନ୍ତି। ଏହାପରେ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ତେବେ ଏହା ପୂର୍ବରୁ ବରଗଡ଼ ପୌରପରିଷଦରେ ଜଣେ, ବରପାଲି ବ୍ଲକରୁ ଜଣେ, ଭେଡେନ୍‌ ବ୍ଲକରୁ ୪ଜଣ, ଭଟଲି ବ୍ଲକରୁ ୨ଜଣ ଏବଂ ବିଜେପୁର ବ୍ଲକରୁ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ଶୁକ୍ରବାର ପୁଣି ୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାର ସମୁଦାୟ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବିଜେପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ପାଶର୍‌ବବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍‌ ଘୋଷଣା କରାଯାଇଛି।