ବରଗଡ଼ରେ ଗର୍ଭବତୀ ମହିଳାଙ୍କ ସମେତ ୧୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୪ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ୍‌ ବ୍ଲକ ରୁଷୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମସି)ର ୬, ଭେଡେନ୍‌ ଆଇଟିଆଇ ଟିଏମ୍‌ସିର ଜଣେ, ବରଗଡ଼ ବ୍ଲକ ଅଡ଼ଗାଁ ଟିଏମ୍‌ସିର ୨, କୁରୁଆଁ ଟିଏମ୍‌ସିର ୪, ପଦ୍ମପୁର ବ୍ଲକ ଦର୍ଲିଗୁଡା(ଦହିଗାଁ) ଟିଏମ୍‌ସିର ଜଣେ, ଝାରବନ୍ଧ ଟିଏମ୍‌ସିର ଜଣେ ଏବଂ ଏହି ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମର ଅନ୍ୟଜଣେ ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଦର୍ଲିଗୁଡାରୁ ଚିହ୍ନଟ ଆକ୍ରାନ୍ତ ଜଣକ ଜଣେ ଗର୍ଭବତୀ ମହିଳା ବୋଲି ସୂଚନା ଦିଆଯାଇଛି। ଚିକିତ୍ସା ପାଇଁ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଏହା ପୂର୍ବରୁ ବରଗଡ଼ ପୌର ପରିଷଦରେ ଜଣେ, ବରପାଲି ବ୍ଲକରେ ଜଣେ, ଭେଡେନ୍‌ ବ୍ଲକର ୪ଜଣ, ଭଟଲି ବ୍ଲକର ୨ଜଣ ଏବଂ ବିଜେପୁର ବ୍ଲକର ୧୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ପାଶର୍‌ବବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍‌ ଘୋଷଣା କରାଯାଇଛି ।