ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି କ୍ରମରେ ବରଗଡ଼ସ୍ଥିତ ଇନଡୋର ଷ୍ଟାଡିୟମଠାରେ ଜିଲାସ୍ତରୀୟ ସାମୂହିକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଗର ମହତ୍ତ୍ୱ ଏବଂ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହୱାନ ଜଣାଇ ଯୋଗ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ବିଭିନ୍ନ ସଂଗଠନର ସଦସ୍ୟ ଏବଂ ସାଧାରଣ ଜନତା ଉପସ୍ଥିତ ରହି ବରଗଡ଼ ଯୋଗ ସମିତିର ତିନିଜଣ ପ୍ରଶିକ୍ଷକଙ୍କ ନେତୃତ୍ୱରେ ପରିଚାଳିତ ସାମୂହିକ ଯୋଗାଭ୍ୟାସରେ ପ୍ରାର୍ଥନା, ସୂକ୍ଷ୍ମ ବ୍ୟାୟାମ, ଯୋଗାସନ, ପ୍ରାଣାୟାମ, ଧ୍ୟାନ ଓ ଶାନ୍ତି ମନ୍ତ୍ର ଆଦି କମନ ଯୋଗ ପ୍ରୋଟୋକଲ ଅନୁଯାୟୀ ହଜାର ଯୋଗାଭ୍ୟାସ କରିଥିଲେ । ଏହି ଅବସରରେ ବରଗଡ଼ ଜିଲା ଯୋଗ ସମିତିର ସଂଯୋଜକ ମାର୍ତ୍ତଣ୍ଡଦେବ ସାହୁ ଏବଂ ଯୋଗ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ଜଣ ଯୋଗ ପ୍ରଶିକ୍ଷକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରି ଖଜୁରଟିକ୍ରା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗ ନୃତ୍ୟ ପରିବେଷଣ କରିଥିଲେ। ଯୋଗର ବିଭିନ୍ନ ଆସନକୁ ସାଂସ୍କୃତିକ ଉପସ୍ଥାପନା ସହ ସମନୱୟ କରି ସେମାନେ ଯୋଗର ବାର୍ତ୍ତାକୁ ସୃଜନଶୀଳ ଭାବରେ ପ୍ରସାର କରିଥିଲେ। ସେମାନଙ୍କର ଏହି ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।ବିପୁଳ ଜନସମାଗମ ଓ ସକ୍ରିୟ ଅଂଶଗ୍ରହଣ ଜିଲାରେ ଯୋଗ ପ୍ରତି ବୃଦ୍ଧି ପାଉଥିବା ସଚେତନତା ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କ ଆଗ୍ରହର ପ୍ରତିଫଳନ ହୋଇଥିଲା। ଶେଷରେ ସମସ୍ତେ ଯୋଗକୁ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ସୁସ୍ଥ, ସମୃଦ୍ଧ ଓ ସନ୍ତୁଳିତ ଜୀବନ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri