ବରଗଡରେ ସରକାରୀ କାର୍ଯ୍ୟ ଅଚଳ: ଧନୁଯାତ୍ରା ପାଇଁ ଦୋକାନ ବଜାର ଖୋଲା

ବରଗଡ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଆହ୍ବାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, ଚାଷୀମାରଣ ନୀତି, ଦରଦାମ ବୃଦ୍ଧି ବିରୋଧରେ ତଥା ୧୨ଦଫା ଦାବିରେ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡରେ ପରିଲକ୍ଷିତ ହୋଇଛି। ଏହି କ୍ରମରେ ବରଗଡ ଶ୍ରମିକ ସମନ୍ବୟ ସମିତି ନେତୃତ୍ୱରେ ବୁଧବାର ସ୍ଥାନୀୟ କୋର୍ଟ, କଚେରୀ, ଜିଲାପାଳ ଅଫିସ ସମେତ ସମସ୍ତ ସରକାରୀ ଅଫିସକୁ ଅଚଳ କରିଦିଆଯାଇଛି। ଦିନ ପ୍ରାୟ ୧୦ଟାରେ ବିଚାରପତି ଏବଂ ଅନ୍ୟ ବିଚାର ବିଭାଗୀୟ କର୍ମଚାରୀମାନେ ସ୍ଥାନୀୟ କୋର୍ଟକୁ ଆସୁଥିଲେ। ମାତ୍ର କୋର୍ଟ ସମ୍ମୁଖରେ ଚାଲିଥିବା ପିକେଟିଂ ତଥା ବନ୍ଦ ପାଳନକାରୀଙ୍କଠାରୁ ସେମାନଙ୍କ ଆନ୍ଦୋଳନ ନେଇ ଅବଗତ ହେବା ପରେ ବିଚାରପତି, ବିଚାର ବିଭାଗୀୟ କର୍ମଚାରୀମାନେ ସେଠାରୁ ଫେରି ଯାଇଥିଲେ। ଏହାପରେ ସଂଗଠନର କର୍ମକର୍ତ୍ତାମାନେ ଅନ୍ୟ ସରକାରୀ ଅଫିସକୁ ଯାଇ ସେଠାରେ ପିକେଟିଂ କରି ସେହି ଅଫିସଗୁଡିକୁ ବନ୍ଦ କରି ଦେଇଥିଲେ। କଂଗ୍ରେସ ନେତୃବୃନ୍ଦ ମଧ୍ୟ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବରଗଡ ଜିଲା ଶ୍ରମିକ ସମନ୍ବୟ ସମିତିର ବ୍ରହ୍ମା ମହାକୁଡ, ଜେଠୁ ଭୋଇ, କଂଗ୍ରେସର ଯୁଗଳ ପ୍ରସାଦ ସିଂ, ନିପନ କୁମାର ଦାଶ, ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ ବରଗଡ ଧନୁଯାତ୍ରା ମହୋତ୍ସବ ଚାଲୁଥିବା ଯୋଗୁ ଯାନବାହାନ ଚଳାଚଳ ଏବଂ ଦୋକାନ ବଜାରକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି। ଫଳରେ ବରଗଡରେ ଦୋକାନ ବଜାର ଖୋଲାଥିବାବେଳେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri