ବନ ବିଭାଗ ଶୋଇଗଲା: ବନ୍ୟପ୍ରାଣୀ ଅପରାଧ ବଢ଼ିଗଲା

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): ସବୁଜ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଥିବାବେଳେ ବଡ଼ ବଡ଼ ଅଫିସର ଦାୟିତ୍ୱରେ ରହୁଛନ୍ତି। ହେଲେ ସବୁଜ ବନାନୀକୁ ପ୍ରକୃତ ସୁରକ୍ଷା ଦେଉଥିବା ହାତୀ, ବାଘ ଭଳି ବହୁ ବନ୍ୟାପ୍ରାଣୀ ଆଜି ଅସୁରକ୍ଷିତ ହୋଇପଡିଛନ୍ତି। ବର୍ଷ ବର୍ଷ ଧରି ବନ୍ୟାପ୍ରାଣୀ ଶିକାର, ଚାଲାଣ ଜାରି ରହିଥିଲେ ମଧ୍ୟ ବନ ବିଭାଗ ଏହାକୁ ରୋକିବାରେ ବିଫଳ ହେଉଛି। ଏବେ କରୋନା ଏହି ବିଫଳତାକୁ ପଦାରେ ପକାଇଛି। କରୋନା ପାଇଁ ସବୁଆଡେ କଟକଣା ଲାଗିଛି। ସଂକ୍ରମଣ ଭୟରେ ଲୋକେ ଘରୁ ବାହାରିବାକୁ ଡରୁଥିବାବେଳେ ଏହାକୁ ଖାତିର ନ କରି ବନ୍ୟପ୍ରାଣୀ ଅପରାଧୀମାନେ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ଏପଟେ ଦାୟିତ୍ୱରେ ରହୁଥିବା ବନ ଅଧିକାରୀମାନେ ଏହି ବାହାନାରେ ଢିଲା ଆଭିମୁଖ୍ୟ ଗ୍ରହଣ କରୁଥିବାରୁ ବନ୍ୟପ୍ରାଣୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଇଛି। ଲକ୍‌ଡାଉନ୍‌ ଆରମ୍ଭରୁ ଏପର୍ଯ୍ୟନ୍ତ ଏହି ସାଢ଼େ ୩ ମାସ ମଧ୍ୟରେ ରାଜ୍ୟରେ ୧୩ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ବହୁ ବାଘ ଛାଲ, ଜୀବନ୍ତ ବଜ୍ରକାପ୍ତା ଓ କଇଁଛ ଜବତ କରି କ୍ରାଇମବ୍ରାଞ୍ଚ ରାଜ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସ୍ଥିତିକୁ ନେଇ ମଧ୍ୟ ସତର୍କ କରିଛି।
ସୂଚନାନୁସାରେ, ଏପ୍ରିଲ ୭ରେ ବାଲେଶ୍ୱର ବନଖଣ୍ଡ ରାଇବଣିଆ ଅଞ୍ଚଳରେ ଏକ ୫୦ ବର୍ଷୀୟା ମାଈ ହାତୀ ଓ ୮ରେ ଖୋର୍ଦ୍ଧା ବେତୁଲ୍‌-ଶଙ୍ଖଯୋଡି ସଂରକ୍ଷିତ ଜଙ୍ଗଲରୁ ବର୍ଷକର ଛୁଆ ହାତୀର ଗଳିତ ମୃତଦେହ ମିଳିଥିଲା। ଏପ୍ରିଲ ୧୧ରେ ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ରେଞ୍ଜରେ ୧୫ ବର୍ଷୀୟ ଦନ୍ତା ହାତୀ ଓ ସେହିମାସ ୧୫ ତାରିଖରେ ବଡମ୍ବା ରେଞ୍ଜରେ ୪ବର୍ଷୀୟ ଛୁଆ ହାତୀର ମୃତଦେହ ଠାବ କରାଯାଇଥିଲା। ଏପ୍ରିଲ ୧୬ରେ ଅନୁଗୋଳ ରେଞ୍ଜ ମଝିପଡ଼ା ଜଙ୍ଗଲରେ ୪୫ ବର୍ଷୀୟା ମୃତ ମାଈ ହାତୀ, ମେ’ ୫ରେ କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏକ ହାତୀର ହାଡ଼ ଓ କଙ୍କାଳ ମିଳିଥିଲା। ସେହିଭଳି ମେ’ ୧୫ରେ ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଙ୍ଗା ରେଞ୍ଜ ଖଳାଶୁଣୀ ଅଭୟାରଣ୍ୟ ନିକଟରେ ୩ ବର୍ଷୀୟ ଅଣ୍ଡିରା ଛୁଆ ହାତୀର ମୃତଦେହ ଠାବ କରାଯାଇଥିଲା। ମେ’ ୨୩ରେ କେନ୍ଦୁଝର ଚମ୍ପୁଆ ରେଞ୍ଜରେ ୬-୭ ବର୍ଷୀୟ ମାଖନା ହାତୀର ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଜୁନ୍‌ ୮ରେ ଅନୁଗୋଳ ବନଖଣ୍ଡ କଣିହାଁ ରେଞ୍ଜରେ ଏକ ୪ ବର୍ଷୀୟ ଅଣ୍ଡିରା ଛୁଆ ହାତୀର ମୃତୁ ଘଟିଥିବାବେଳେ ପାଟିରେ ପୋକ ହୋଇଯାଇଥିଲା। ସୁନ୍ଦରଗଡ଼ ବନଖଣ୍ଡ କୁଆଁରମୁଣ୍ଡାଠାରେ ଜୁନ ୧୨ରେ ଏକ ୪ ମାସର ଛୁଆ ହାତୀର ମୃତଦେହ ଲୁହା ତାର ଫାଶରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା। ଜୁନ୍‌ ୧୩ରେ କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ(ବି) ସଂରକ୍ଷିତ ଜଙ୍ଗଲରେ ୨ଟି ହାତୀ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମରିଥିବା ଦେଖାଯାଇଥିଲା। ତେବେ ମୃତ ଅଣ୍ଡିରା ହାତୀଟିର ଦାନ୍ତ ନ ଥିବାରୁ ଶିକାର କରାଯାଇଥିବା ଅନୁମାନ କରାଯାଇଥିଲା। ଅନ୍ୟପକ୍ଷରେ ୧୭ ତାରିଖ ବୁଧବାର ବୌଦ୍ଧ ଜିଲାର ଏକ ଦନ୍ତାହାତୀର ଗୁଳିବିଦ୍ଧ ମୃତଦେହ ଠାବ କରାଯାଇଥିଲା। ଏହି ସମସ୍ତ ଘଟଣାକୁ ଦେଖିଲେ ଅଧିକାଂଶ ହାତୀ ଶିକାର ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଲକ୍‌ଡାଉନ୍‌ରେ ବହୁ ଚୋରା ଚାଲାଣ ଧରିଛି। ମେ’ ୧୧ରେ ଯଶିପୁରରେ କଲରା ପତରିଆ ବାଘ ଛାଲ ଜବତ ହୋଇଥିଲା। ଜୁନ ୭ରେ ଦଶପଲା ଜଙ୍ଗଲରୁ ୨ଟି କଲରା ପତରିଆ ବାଘ ଛାଲ ସହ ୨ଟି ହରିଣ ଛାଲ, ଜୁନ୍‌ ୧୨ରେ ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ନିକଟରେ ୨ଟି କଲରା ପତରିଆ ବାଘ ଛାଲ ସହ କିଛି ହାଡ଼ ଜବତ କରିଥିଲା ଏସ୍‌ଟିଏଫ୍‌। ଏଥିସହିତ ନବରଙ୍ଗପୁର ବନଖଣ୍ଡରେ ମେ’ ୧୧ରେ ଚୋରା ଚାଲାଣବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ସେହିମାସ ୨୪ରେ ଆଠଗଡ଼ ବନଖଣ୍ଡରୁ ଚୋରା ଚାଲାଣବେଳେ ଖୁଣ୍ଟୁଣି ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ଏହାର ଦୁଇଦିନ ପରେ ଅର୍ଥାତ୍‌ ୨୬ ତାରିଖରେ ରେଢ଼ାଖୋଲରୁ ୨.୬ କିଗ୍ରା ବଜ୍ରକାପ୍ତା କାତି, ଜୁନ ୧୧ରେ ମାଲକାନଗିରି ବନଖଣ୍ଡରେ ବହୁ କଇଁଛ ଓ ଏହାର ତିନିଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ନବରଙ୍ଗପୁର ବନଖଣ୍ଡର ମଇଦଲପୁରରେ ୯୦ରୁ ଊଦ୍ଧର୍‌ବ ଜୀବନ୍ତ କଇଁଛ ଜବତ ହୋଇଥିଲା।
ଏହି ସମସ୍ତ ବନ୍ୟପ୍ରାଣୀ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨ ଅନୁଯାୟୀ ତଫସିଲ-୧ ଅନ୍ତର୍ଭୁକ୍ତ। ଏହାଛଡ଼ା ବହୁ ବନ୍ୟପ୍ରାଣୀ ମଧ୍ୟ ଶିକାର ହୋଇଥିଲେ ମଧ୍ୟ ଲକ୍‌ଡାଉନ୍‌ ପାଇଁ ବାହାରକୁ ଚାଲାଣ ହୋଇପାରି ନ ଥିବା ଜଣାପଡିଛି। ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କୁହନ୍ତି, ଲକ୍‌ଡାଉନ୍‌ରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବଢ଼ାଇବା ପାଇଁ ଆମେ ଦାବି କରିଥିଲେ ମଧ୍ୟ ତାହା କରି ଶୋଇଗଲେ। ୨୦୧୧ ନିର୍ଦ୍ଦେଶନାମା ଅନୁସାରେ, ଯେକୌଣସି ହାତୀର ଅପ୍ରାକୃତିକ ମୃତ୍ୟୁ ହୋଇଥିଲେ ତଦନ୍ତ ହେବ। ଯଦି ଡିଏଫ୍‌ଓ ଓ ରେଞ୍ଜରମାନଙ୍କର ତ୍ରୁଟି ଥିବ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ଗୋଟିଏ ବି ଘଟଣା ସାମ୍ନାକୁ ଆସି ନାହିଁ। କେବଳ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯାଉଥିବାରୁ ଆଗକୁ ସ୍ଥିତି ଆହୁରି ବିଗିଡିଯିବ।


Enter your email to get our daily news in your inbox.

All Right Reserved By Dharitri.Com

NCERT ବହିକୁ ନେଇ ରାଗିଗଲେ CJI, କହିଲେ ଆମେ କାହାକୁ…

ନୂଆଦିଲ୍ଲୀ,୨୫ା୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟିକ ଦୁର୍ନୀତି’ ଉପରେ ଏକ ଅଧ୍ୟାୟ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୀଘ୍ର ଶୁଣାଣି କରିବାକୁ ଆଶ୍ୱାସନା ଦେଇଛନ୍ତି। ମୁଖ୍ୟ…

ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍‌ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା…

ଖଣି ଅଧିକାରୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

କଟକ,୨୫।୨(କାର୍ତ୍ତିକ ସାହୁ): କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ…

ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଲୋକମାନେ ଜାଣି ନ ପାରି…

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଲୋକମାନେ ଜାଣି ନ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ…

ସୁନାବେଡ଼ା, ୨୫।୨(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ା ଥାନା ଅଧୀନ ଭେଜାପୁଟ ସତ୍‌ସଂଘ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପଟ୍ଟାଙ୍ଗି…

ଜୟପୁର ପୌରାଧ୍ୟକ୍ଷଙ୍କ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜେଡି : ଭିଜିଲାନ୍ସ ତଦନ୍ତ ଦାବି

କୋରାପୁଟ,୨୫।୨(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ପୌର ପରିଷଦ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ନେଇ ବିଜେଡିର ଜିଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର,…

ପିଲାକୁ ନେଇ ଶିକ୍ଷୟିତ୍ରୀ ନିଖୋଜ, ମିଳୁନି ପତ୍ତା: ପୋଲିସର ତନାଘନା

ଲୋଇସିଂହା,୨୫।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ତେନ୍ତୁଲିଖୁଣ୍ଟି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷୟିତ୍ରୀ ନିଖୋଜ…

ସ୍କୁଲରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ

ବିଷମକଟକ,୨୫।୨(ପ୍ରସନ୍ନ କୁମାର ପଣ୍ଡା): ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri