ବନ ବିଭାଗ ଚଢ଼ାଉ: ୯ଖଣ୍ଡ ଶାଳ ଚଉକାଠ, ୨ ବାଇକ୍‌ ଜବତ

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ବାୟାଣିପୀଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରି ଶାଳ ଚଉକାଠ ସହିତ ୨ ବାଇକ୍‌ ଜବତ କରିଛି।
ବନାଞ୍ଚଳ ସୂତ୍ରରୁ ପ୍ରକାଶ, ହଣ୍ଡପା ବନାଞ୍ଚଳରୁ ୭ଫୁଟ ଲମ୍ବର ୯ ଖଣ୍ଡ ଶାଳ ଚଉକାଠ ୨ଟି ବାଇକ୍‌ ଯୋଗେ ପାତ୍ରପଡା ଦେଇ ଛେଣ୍ଡିପଦା ନିଆଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ମନମୋହନ ସ୍ବାଇଁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ପୋଲିସକୁ ଦେଖି ବାଇକ୍‌ ଚାଳକ ଜଙ୍ଗଲରେ ଗାଡ଼ି ଛାଡି ପଳାଇ ଯାଇଥିଲେ। ବନବିଭାଗ ଶାଳକାଠ ସହ ୨ ବାଇକ୍‌ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।