Categories: ଜାତୀୟ

ବନ୍ୟା ବିଭୀଷିକାର ଭୟଙ୍କର ରୂପ: ଭାସିଯାଇଥିବା ଏକ ଶିଶୁର କରୁଣ ଚିତ୍ର

ନୂଆଦିଲ୍ଲୀ,୧୮ା୭: ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଜାଫରପୁରର ଶିବାୟପଟ୍ଟୀ ଥାନା ଅନ୍ତର୍ଗତ ଶିତଲପଟ୍ଟୀ ଗ୍ରାମରେ ଏକ ଶିଶୁର ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଯାଇଥିବା ଏହି ଶିଶୁଟିର ନାମ ଅର୍ଜୁନ। ଶିଶୁଟିର ମୁହଁରେ ମାଟି ଲାଗିଯାଇଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିତଲପଟ୍ଟୀରେ କେବଳ ଅର୍ଜୁନ ନୁହନ୍ତି,ଆଉ ତିନି ଜଣ ଶିଶୁ ମଧ୍ୟ ବନ୍ୟା ପାଣିରେ ଭାସି ଯାଇଛନ୍ତି।

Share