ବନ୍ୟା ବିପନ୍ନଙ୍କୁ ଭେଟିଲେ ବିଧାୟକ

ବନ୍ତଳା, ୧୭ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାରେ ଶୁକ୍ରବାର ବନ୍ୟା ସ୍ଥିତି ଅନୁଧ୍ୟାନ ସହ ବିପନ୍ନଙ୍କୁ ଭେଟିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। ବିଧାୟକ ପ୍ରଥମେ ଟିକରପଡା, ମଝିପଡା, ଗଇନ୍ଦି, ବେହେରା ସାହି ଆଦି ବୁଲି ଦେଖିଥିଲେ। ବନ୍ୟା ସମୟରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ଠିକ ଭାବରେ ରନ୍ଧାଖାଦ୍ୟ ଦିଆ ଯାଇ ନ ଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ବନ୍ୟା ଅଞ୍ଚଳରେ ସଂକ୍ରମଣ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲିଚିଂ ପାଉଡର ଦିଆଯାଉ ନ ଥିବା ଗ୍ରାମବାସୀ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ସେହିପରି ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉ ନ ଥିବା ନେଇ ଗ୍ରାମବାସୀ ବିଧାୟକଙ୍କୁ ଜଣାଇଥିଲେ। ଏ ନେଇ ସରକାରଙ୍କୁ ଜଣାଇବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ଟିକରପଡା ଘାଟସାହି ବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ ମଧ୍ୟ କରି ବିଲ୍‌ ପାଉ ନ ଥିବା ଓ ସେଥିପାଇଁ ଘର ଅଧାରେ ଅଟକି ରହିବା ନେଇ ବିଧାୟକଙ୍କୁ ଅବଗତ କରାଇଥିଲେ। ପରେ ବିଧାୟକ ସାଏ ସେଠାରୁ ଟାଇଁସି ସ୍କୁଲ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ସାଥିରେ ଜିଲା ପରିଷଦ ସଭ୍ୟ ବିନୋଦିନୀ ପ୍ରଧାନ, ଜିଲା ଯୁବ ବିଜେଡଡି ସଭାପତି ଦୀନେଶ ପ୍ରଧାନ, ଟିକରପଡା ସରପଞ୍ଚ ସୁମତି ଦଳବେହେରା, ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ, ପୁରୁଣା କୋଟ ସମିତି ସଭ୍ୟ ଲିଟୁ ସାହୁ, ଜଗନ୍ନାଥପୁର ଯୁବ ବିଜେଡି ସଭାପତି ବିକାଶ ବେହେରା, ସମିତିସଭ୍ୟା ଝୁନୁରାଣୀ ସାହୁ, କୃଷି ବିଭାଗ ଏଓ ପ୍ରଦୀପ କୁମାର ନନ୍ଦ, ଟିକରପଡା ପଞ୍ଚାୟତ ସମ୍ପାଦକ ସଞ୍ଜୀବ କୁମାର ନାଥ, ପୁରୁଣାକୋଟ ଡାକ୍ତର ବୀରେନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri