Categories: ଜାତୀୟ

ବନ୍ୟା ପୀଡ଼ିତ ଚାଷୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିବେ ଶିବରାଜ

ଭୋପାଳ,୧୬।୯: ମଧ୍ୟ ପ୍ରଦେଶରେ ଚଳିତ ବନ୍ୟାରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କୋଟି କୋଟି ଟଙ୍କାର ଫସଲ ହାନିହୋଇଛି। ତେବେ ଏହି ବନ୍ୟାରୁ ଲୋକଙ୍କୁ ଉଦ୍ଧାର କରାଯାଉ ବା ନ ଯାଉ ଏଠାରେ କିନ୍ତୁ ବନ୍ୟାକୁ ନେଇ ରାଜନୀତି ଜୋର ଧରିଛି। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେତେକ ବନ୍ୟାଞ୍ଚଳ ବୁଲି ଦେଖିବା ସହ ଏଥିରେ ପୀଡିତ ଚାଷୀଙ୍କୁ ନେଇ କମଲନାଥ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ଆଉ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ସରକାର ଲୋକଙ୍କ ସହ ଅଛନ୍ତି ଓ ରହିବେ। ହେଲେ ଶିବରାଜ କହିଛନ୍ତି ଆସନ୍ତା ୨୨ ତାରିଖ ମଧ୍ୟରେ ଯଦି ଚାଷୀଙ୍କୁ କ୍ଷତି ପୁରଣ ନ ମିଳେ ତେବେ ସେ ଚାଷିଙ୍କ ସହ ମିଶି ଏକ ଘଣ୍ଟା ପାଇଁ ବିରୋଧ ପ୍ରଦର୍ଶନ କରବେ।

Share