ବନ୍ୟା ପାଣିରେ ନିଆଁ

ବଲାଙ୍ଗୀର ସହର ନିକଟରେ କୌଣସି ନଦୀ ପ୍ରବାହିତ ହୋଇନାହିଁ। ସହର ମଧ୍ୟଦେଇ ଅଙ୍କାବଙ୍କା ହୋଇ ଲକ୍ଷ୍ମୀଯୋର ପ୍ରବାହିତ ହେଉଛି। ସାଧାରଣତଃ ସହରରେ ବନ୍ୟା ପ୍ରଭାବ ଦେଖାଯାଏ ନାହିଁ। ମାତ୍ର ୨୦୧୯ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମୂଷଳ ଧାରାରେ ବର୍ଷା ଫଳରେ ବଲାଙ୍ଗୀର ସହର ଓ ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଥିଲା। ଏହି ବନ୍ୟା ଯୋଗୁ ସହର ତଥା ଆଖପାଖ ଗାଁର ଅଧାରୁ ଅଧିକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଶତାଧିକ ଲୋକଙ୍କ ଘରଦ୍ୱାର, ଧନସମ୍ପତ୍ତି, ଖାଦ୍ୟଦ୍ରବ୍ୟ, ଆସବାବପତ୍ର, ରାସ୍ତାଘାଟ, ଜଳାଶୟ, ଜଳପ୍ରକଳ୍ପ ଓ ପଶୁ ସମ୍ପଦ ବନ୍ୟାପାଣିରେ ନଷ୍ଟ ହୋଇଯାଇଥିଲା। ସହରର ଗରିବ ଲୋକେ ସବୁଠୁ ବେଶି ପ୍ରଭାବିତ ହୋଇଥିଲେ। ଘରକାନ୍ଥ ପଡି କେତେକ ସ୍ଥାନରେ ଲୋକେ ଆହତ ହୋଇଥିବା ବେଳେ ବିଷ୍ଣୁମୁଣ୍ଡାଠାରେ ଜଣେ ବାଳକର ମୃତ୍ୟୁ ହୋଇଥିଲା। ଦୀର୍ଘଦିନ ଧରି ପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ରିଲିଫ ବଣ୍ଟନ କରାଯାଇଥିଲା। କହିବାକୁ ଗଲେ ବହୁ ଦିଗରୁ ବନ୍ୟା ସହ ଅପରିଚିତ ଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ୟା ପରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ରାଜସ୍ବ ମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ, ଏମ୍‌ପି, ବିଧାୟକ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ବରିଷ୍ଠ ବିଭାଗୀୟ ପ୍ରଶାସକ, ଜିଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକ କରିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ କ୍ଷତିପୂରଣ ଦିଆଯିବା ଉପରେ ଗୁରୁତ୍ୱାରୋପ କରିବା ସହ ଧୋଇ ହୋଇଯାଇଥିବା ରାସ୍ତାଘାଟ, ଜଳାଶୟ ଓ ଜଳପ୍ରକଳ୍ପଗୁଡିକର ଶୀଘ୍ର ମରାମତି ଓ ଉନ୍ନତି ଉପରେ ଜୋର ଦିଆଯାଇଥିଲା। ନଷ୍ଟ ହୋଇଥିବା ସମ୍ପତ୍ତି ସବୁର ଭିଡିଓ ରେକର୍ଡିଂ ମାଧ୍ୟମରେ ସର୍ଭେ କରି କ୍ଷତିଗ୍ରସ୍ତଙ୍କୁ କିପରି ଉଚିତ୍‌ କ୍ଷତିପୂରଣ ଦିଆଯିବ ତା’ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରଳୟଙ୍କରୀ ବନ୍ୟାକୁ ଇତିମଧ୍ୟରେ ୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ମାତ୍ର ବନ୍ୟା ପାଣି ମାଡରେ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ଏବେ ଆକ୍ରୋଶର ବହ୍ନି ଜଳିବାକୁ ବସିଲାଣି। ବନ୍ୟା କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଯେଉଁ ପରିବାର ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ କମ୍‌ କ୍ଷତିପୂରଣ ଓ ଯେଉଁମାନଙ୍କ କମ୍‌ କ୍ଷତି ହୋଇଥିଲା ସେମାନଙ୍କୁ ଅଧିକ ସହାୟତା ମିଳିଥିବା କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରୁଛନ୍ତି। ମ୍ୟୁନିସିପାଲିଟି, ତହସିଲ ପ୍ରଶାସନର କେତେକ କର୍ମଚାରୀଙ୍କୁ ହାତ କରି କେତେଜଣ ଲୋକ ଲକ୍ଷାଧିକ ଟଙ୍କାର ସରକାରୀ ସହାୟତା ଆତ୍ମସାତ୍‌ କରିଥିବା ଅଭିଯୋଗ ଉଠିଲାଣି। ଏହା ସହିତ କ୍ଷତିଗ୍ରସ୍ତ ହୋଇ ନ ଥିବା ସତ୍ତ୍ୱେ ଜାଲ କାଗଜପତ୍ର ତିଆରି କରି କେତେକ ବ୍ୟକ୍ତି ସରକାରୀ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହେଲାଣି। ବନ୍ୟା ସହାୟତା ଟଙ୍କା ବଣ୍ଟନ ପ୍ରକ୍ରିୟାରେ ଘୋର ଅନିୟମିତତା ହୋଇଥିବା ନେଇ କିଛିଦିନ ତଳେ ଅନୁଷ୍ଠିତ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏଭଳି କ୍ଷେତ୍ରରେ ବଲାଙ୍ଗୀରରେ ପୁଣିଥରେ ଏକ ବଡଧରଣର ଅନିୟମିତତା ଓ ଦୁର୍ନୀତି ହୋଇଥିବା ଜଣାପଡିଲାଣି। କେତେଜଣ ସରକାରୀ କର୍ମଚାରୀ, ମଧ୍ୟସ୍ଥ ଓ ଖଳ ପ୍ରକୃତିର ଲୋକ ବିଭିନ୍ନ ଜାଲିଆତି କରି ସରକାରୀ ବନ୍ୟା ସହାୟତା ଟଙ୍କା ହଡ଼ପ କରିଥିବା ଏବେ ଖୋଲାଖୋଲି ଚର୍ଚ୍ଚାର ବିଷୟ ହୋଇଛି। ଏହି ଅନିୟମିତତା ଓ ଦୁର୍ନୀତିକୁ ନେଇ ବିଭିନ୍ନ ପଡାରେ ପ୍ରଭାବିତ ଓ ବଞ୍ଚିତ ବର୍ଗ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଲାଣି। ଏନେଇ ବିଧିବଦ୍ଧ ତଦନ୍ତ କରାଗଲେ ବନ୍ୟା ପାଣିରେ ଲଗାଯାଇଥିବା ଦୁର୍ନୀତି ନିଆଁ ଖୁବ୍‌ଶୀଘ୍ର ଉଜାଗର ହେବ ବୋଲି ଚର୍ଚ୍ଚା ଜୋର ଧରିଛି।
– ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri