ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ହେଉ ନ ଥିବା ଅଭିଯୋଗ, ରାଜପଥ ଅବରୋଧ

ବଲାଙ୍ଗୀର ଅଫିସ,୧୮।୮: ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବଲାଙ୍ଗୀର ସହର ରାଜେନ୍ଦ୍ରପଡ଼ା ରାସ୍ତା ମରାମତି ଦାବିରେ ଗ୍ରାମବାସୀ ରବିବାର ୨୬ ନଂ.ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଲୋକେ ଟାୟାର ଜାଳି ପ୍ୟାଲେସ୍‌ଲାଇନ ଛକ ରାସ୍ତା ଅବରୋଧ କରିଥିବା ବେଳେ ବନ୍ୟା ପ୍ରଭାବିତଙ୍କୁ ଠିକ୍‌ ଭାବେ ରିଲିଫ ବଣ୍ଟନ ହେଉ ନ ଥିବା ଅଭିଯୋଗ କରିଛନ୍ତି। ଖବର ପାଇ ଉପଜିଲାପାଳ ସଞ୍ଜୟ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ।