Categories: ଜାତୀୟ

ବନ୍ୟାଞ୍ଚଳରେ ସେଲ୍‌ଫି ନେଇ ବିବାଦରେ ମନ୍ତ୍ରୀ

ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ସାଂଗଲି ଓ କୋଲ୍ଲାପୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ନିକଟରେ ରାଜ୍ୟର ଏହି ବନ୍ୟା ପରିସ୍ଥିତି ଦେଖିବାକୁ ସାଂଗଲି ଜିଲା ଯାଇଥିବା ଜଳ ସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ବୋଟ୍‌ରେ ଯିବା ସମୟରେ ସେଲଫି ନେଇଥିବା ଦେଖାଯାଇଛି। ସେ ମନ ଖୁସିରେ ହାତ ହଲାଇ ସେଲ୍‌ଫି ନେଇଛନ୍ତି। ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏବେ ଏମିତି ୨ଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦକୁ ଚାଲି ଆସିଛନ୍ତି ଗିରିଶ। ଏହି ଭିଡିଓକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଧନଞ୍ଜୟ ମୁଣ୍ଡେ ନିଜ ଟୁଇଟରରେ ଅପଲୋଡ କରିବା ପରେ ଏହା ଭାଇରାଲ ହୋଇଛି। ବିରୋଧି ଏହି ଭିଡିଓକୁ ଦେଖି ପ୍ରଶ୍ନ କରିଛନ୍ତି ଏହା କ’ଣ ପର୍ଯ୍ୟଟନ ସ୍ଥଳ।

Share