ବନ୍ୟପ୍ରାଣୀ ବିଭାଗରୁ ୯୯ ଗାଡ଼ି ମାଲିକଙ୍କୁ ମିଳିଲା ପରିଚୟପତ୍ର

ଗଣିଆ,୧୧।୧୦(ଡି.ଏନ.ଏ.): ନୟାଗଡ଼ ଜିଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ଓ କୁଶଙ୍ଗ ବନାଞ୍ଚଳରେ ଗୁରୁବାର ୯୯ଜଣ ଗାଡି ମାଲିକଙ୍କୁ ବନ୍ୟପ୍ରାଣୀ ବିଭାଗ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଛାମୁଣ୍ଡିଆ ବନାଞ୍ଚଳରେ ୭୭ ଓ କୁଶଙ୍ଗ ବନାଞ୍ଚଳରେ ୨୨ଜଣ ୩ଚକିଆ ଓ ୪ଚକିଆ ଯାନବାହନର ମାଲିକ ତଥା ଚାଳକଙ୍କୁ ଏହି ପରିଚୟପତ୍ର ପ୍ରଦାନ କରାଯାଇଛି। ଉକ୍ତ ପରିଚୟପତ୍ରରେ ଗାଡି ନମ୍ବର , ମାଲିକଙ୍କ ନାମ ଓ ଠିକଣା ରହିଥିବା ବେଳେ ମହାବଳ ବାଘ ଚିତ୍ରର ଲୋଗ ଥିବା ଷ୍ଟିକର ଗାଡିଗୁଡିକରେ ଲଗାଯାଇଥିଲା। ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା , ଫରେଷ୍ଟର ଗୋଲକ ବିହାରୀ ବେହେରା, ଦୀପ୍ତିରଞ୍ଜନ ଆଚାର୍ଯ୍ୟ, ବ୍ରଜରାଜ ବିଶ୍ୱାଳ, ଗାୟତ୍ରୀ ପରିଡ଼ା ଓ ଫରେଷ୍ଟ ଗାର୍ଡ ରଞ୍ଜିତା ସ୍ବାଇଁ, ପ୍ରଭାକର ସାହୁ , ପୁଷ୍ପଲତା ପ୍ରଧାନ ଓ କାଳନ୍ଦୀ ଚରଣ ସାଥୁଆ ପ୍ରମୁଖ ଯୋଗଦେଇ ପରିଚୟପତ୍ର ବଣ୍ଟନ କରିଥିଲେ। ତେବେ ସମ୍ପୃକ୍ତ ଗାଡି ଚାଳକମାନଙ୍କୁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ସ୍ବତନ୍ତ୍ର ଭାବେ ସବୁଜ ରଙ୍ଗର ବାନିୟନ ପ୍ରଦାନ କରାଯାଇଥିଲା। ଉକ୍ତ ବନାଞ୍ଚଳ ପରିସରରେ ଥିବା ସ୍ଥାନୀୟ ଗାଡିମାଲିକଙ୍କ ଯାନବାହନ ଗୁଡିକ ସୁବିଧାରେ ଚଳପ୍ରଚଳ ନିମିତ ବନ୍ୟପ୍ରାଣୀ ବିଭାଗ ତରଫରୁ ଏହି ପରିଚୟପତ୍ର ପ୍ରଦାନ କରାଯାଇଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ଅପରପକ୍ଷେ ଅଭୟାରଣ୍ୟ ମଧ୍ୟରେ ଥିବା ତନଖି ଫାଟକଗୁଡିକରେ ଏହା ସ୍ବତନ୍ତ୍ର ପରିଚୟପତ୍ର ଭାବେ କାର୍ଯ୍ୟକରିବ। ଫଳରେ ଅଭୟାରଣ୍ୟ ମଧ୍ୟରେ ଏହି ପଞ୍ଜୀକୃତ ଗାଡିଗୁଡିକ ଯାତାୟାତ କରିବା ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ। ସେହିପରି ଅପରାହ୍ନରେ କୁଶଙ୍ଗ ବନାଞ୍ଚଳ ଅଧିକାରୀ ଅଶୋକ କୁମାର ଦାସ, ସହକାରୀ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଭୂତିଆ ଉପସ୍ଥିତ ରହି ୨୨ଜଣ ଗାଡିମାଲିକଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri