ବନ୍ଧ୍ୟାକରଣ ଯୋଜନା ଫେଲ୍‌

ବ୍ରହ୍ମପୁର ଅଫିସ,୭ା୬- ବ୍ରହ୍ମପୁର ମହାନଗର ନିଗମରେ ଗୋରୁଗୁଡିକ ଅବାଧ ଚଳପ୍ରଚଳ କରୁଛନ୍ତି ା
ଏହା ସହ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସହରବାସୀଙ୍କ ପାଇଁ ବର୍ତ୍ତମାନ ଏହା ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି। ସକାଳୁ ସନ୍ଧ୍ୟା ଯାଏ ସହରର ବିଭିନ୍ନ ଗଳି କନ୍ଦିରେ କୁକୁର ବହୁ ସଂଖ୍ୟାରେ ଏଣେତେଣେ ବୁଲୁଥିବା ବେଳେ ରାତି ହେବା ମାତ୍ରେ ସେମାନେ ଲୋକଙ୍କୁ କାମୁଡିବାକୁ ଗୋଡାଉଛନ୍ତି।
ସେହି ରାସ୍ତା ଦେଇ ଯାଉଥିବା ଯାନବାହନଗୁଡ଼ିକୁ ପିଛା କରିବା ସହ ଲୋକଙ୍କୁ ବୁଲା କୁକୁର ଆକ୍ରମଣ କରୁଛନ୍ତି। ଏପରିକି କୌଣସି ବ୍ୟକ୍ତି କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି।
ସେହିପରି ରାସ୍ତାରେ ଯାଉଥିବା ବାଇକ୍‌କୁ ମେଳି ବାନ୍ଧି ଗୋଡ଼ାଉଥିବାରୁ ବହୁ ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି।
ସହରରେ ଥିବା ବିଭିନ୍ନ ମୁଖ୍ୟ ଛକ ଓ ସାହିରେ ବୁଲା କୁକୁରଙ୍କର ଉପଦ୍ରବ ବୃଦ୍ଧି ପାଉଥିବାରୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଲେଣି। ପକ୍ଷରୁ କୁକୁର ବନ୍ଧ୍ୟାକରଣ ଯୋଜନା ମଧ୍ୟ ଏବେସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟର ଅନ୍ୟ ସହରଗୁଡିକରେ କୁକୁର ବନ୍ଧ୍ୟାକରଣ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଏହା ଫେଲ୍‌ ମାରିଛି। ୨୦୧୩ରେ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ଯୋଜନା ଆରମ୍ଭ ହୋଇଥିଲା। ୧୦ ଲକ୍ଷ ଟଙ୍କା ବ୍ୟୟରେ ଜିଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ କେନେଲ୍‌ ଗୃହ ନିର୍ମାଣ କରାଯାଇ ବୁଲା କୁକୁରଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ବନ୍ଧ୍ୟାକରଣ ବ୍ୟବସ୍ଥା କରାଯାଇଥିଲା। ମହାନଗର ନିଗମର ତତ୍କାଳୀନ ସ୍ବାସ୍ଥ୍ୟ ଅଧିକାରୀ ଶୁଭକାନ୍ତ ଦାସଙ୍କ ତତ୍ତ୍ବାବଧାନରେ କେତେ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ମାଡ୍ରାସରେ ତାଲିମ ଦିଆଯାଇଥିଲା। କିନ୍ତୁ କେନେଲ ଗୃହ ନିର୍ମାଣ ହେବାର ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆବଶ୍ୟକ ପ୍ରାଣୀଧନ ଚିକିତ୍ସକଙ୍କ ନିଯୁକ୍ତି ହୋଇପାରି ନ ଥିବାରୁ ତାହା ଫଳପ୍ରଦ ହୋଇପାରୁନାହିଁ। ଏପରିକି ନିଗମ ତରଫରୁ ନିର୍ମାଣ ହୋଇଥିବା କେନେଲ ଗୃହଟି ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିିଛି। ଗତ ୫/୬ ମାସ ତଳେ ବିଏମ୍‌ସି ପକ୍ଷରୁ ସହରର ଦଳଦଳ ହୋଇ ବୁଲୁଥିବା କୁକୁରଙ୍କୁ ଧରି ଜଙ୍ଗଲରେ ଛାଡ଼ିବା ବଦଳରେ ସହରତଳି ଅଞ୍ଚଳରେ ଛାଡ଼ି ଦେଇଥିଲେ। ଫଳରେ ଉଭୟ ସହର ଓ ଗ୍ରାମାଞ୍ଚଳରେ କୁକୁରଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ କେଉଁଠି ନା କେଉଁଠି ଲୋକମାନେ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଗତ ସପ୍ତାହକ ମଧ୍ୟରେ ବୁଲା କୁକୁର କାମୁଡ଼ାରେ ୭/୮ ଜଣ ଆହତ ହୋଇଥିବା ବେଳେ ୧୮/୨୦ ଜଣ କୁକୁର କାମୁଡ଼ା ଭୟରେ ଦୁର୍ଘଟଣାର ଶୀକାର ହୋଇ ଆହତ ହୋଇଛନ୍ତି। ଅବହେଳାରୁ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ସହରର ଗଳିକନ୍ଦିରେ ଖୋଲିଥିବା ଫାଷ୍ଟଫୁଡ ଦୋକାନର ଅବଶିଷ୍ଟାଂଶ ଖାଦ୍ୟ ଓ ବିଭିନ୍ନ କଲ୍ୟାଣ ମଣ୍ଡପରେ ହେଉଥିବା ଭୋଜିରୁ ବଳକା ଓ ବ୍ୟବହୃତ ଖାଦ୍ୟ ରାସ୍ତାକଡ଼ରେ ଫୋପଡ଼ା ଯାଉଥିବା ବେଳେ ସେହି ସବୁ ଖାଇବା ସହ କୁକୁରଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା କୁହାଯାଉଛି। କୁକୁର ଦାଉରୁ ସହରବାସୀଙ୍କୁ ଯେପରି ରକ୍ଷା କରାଯାଇପାରିବ ସେନେଇ ପୂର୍ବରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଉଛି। ପ୍ରଶାସନିକ ତଥା ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ବ୍ରହ୍ମପୁର ସହରରେ ଏହାର ବ୍ୟତିକ୍ରମ ଦେଖାଦେଇଛି ବୋଲି ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛି। ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ କୁକୁର ବନ୍ଧ୍ୟାକରଣ ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ଏନେଇ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ କୁକୁର ବନ୍ଧ୍ୟାକରଣ ଯୋଜନା ପାଇଁ ସ୍ବତନ୍ତ୍ର ଭାବେ ତାଲିମ ପାଇଥିବା ସର୍ଜନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବେ। ଜୁନ ଶେଷ ସୁଦ୍ଧା ଜିଲା ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା କୁକୁର ବନ୍ଧ୍ୟାକରଣ କେନେଲ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ସେହିପରି ସହରରେ ଦଳ ଦଳ ହୋଇ ବୁଲୁଥିବା କୁକୁରଙ୍କୁ ନ ଧରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପିପୁଲ ଫର୍‌ ଆନିମଲର ମୁଖ୍ୟ ମାନେକା ଗାନ୍ଧୀଙ୍କ ନିକଟରୁ ଏନେଇ ଏକ ଚିଠି ଆସିଥିବା କମିଶନର ରାଠୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri