ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍‌

ଆସିକା, ୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାର କଲେଜ ଛକ ନିକଟରୁ ଶନିବାର ପୂର୍ବାହ୍ନରେ ଜଣେ ମିଠା ବ୍ୟବସାୟୀଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍‌ ହୋଇଛି। ମିଠା ବ୍ୟବସାୟୀ ଜଣକ ହେଲେ ଆସିକା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର ସୁଶୀଲ ପାତ୍ର।
ସୂଚନାଯୋଗ୍ୟ, ସୁଶୀଲ ବାଇକ୍‌ରେ କବିସୂର୍ଯ୍ୟନଗର ଯାଉଥିବା ବେଳେ ୩ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ୮ ହଜାର ଟଙ୍କା ଲୁଟିନେଇଛନ୍ତି। ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।