ବନ୍ଧୁକରେ ରୋମାନ୍ସ ବେଳେ ଗୁଳି ଫୁଟିବା ଘଟଣା: ପୋଲିସକୁ ଭୁଆଁ ବୁଲାଇଲେ ଆଶିଷ, ରାଜେଶ

ଭୁବନେଶ୍ୱର, ୧୨।୨(ବ୍ୟୁରୋ):ବନ୍ଧୁକରେ ରୋମାନ୍ସ ବେଳେ ଗୁଳି ଫୁଟି ପ୍ରେମିକା ଆହତ ହେବା ଘଟଣାରେ ଗିରଫ ପ୍ରେମିକ ଆଶିଷ କୁମାର ନାୟକଙ୍କୁ ମଙ୍ଗଳବାର ଜେଲ ଯିବାକୁ ପଡ଼ିଛି। ତାଙ୍କୁ ଗିରଫ ପରେ ଇନ୍‌ଫୋସିଟି ଥାନା ପୋଲିସ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବନ୍ଧୁକକୁ ପୋଲିସ ଜବତ କରିପାରି ନାହିଁ। ପୋଲିସ ଗତ ଦୁଇଦିନ ଧରି ତାଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ପୋଲିସକୁ ଭୁଆଁ ବୁଲାଇଥିବା ଜଣାପଡ଼ିଛି। ପୋଲିସକୁ ସେ କହିଥିଲେ, ପ୍ରେମିକା ସହ ରୋମାନ୍ସ କରିବା ବେଳେ ଭୁଲ୍‌ବଶତଃ ବନ୍ଧୁକର ଟ୍ରିଗାର ଉପରେ ହାତ ବାଜିଯାଇଥିଲା। ଫଳରେ ଗୁଳିଟି ଫୁଟି ଯୁବତୀଙ୍କ ଜଙ୍ଘରେ ପଶିଯାଇଥିଲା। ଏହାପରେ ସେ ତାଙ୍କୁ ତରବରିଆଭାବେ ଉଦ୍ଧାର କରି ଘରୋଇ ହସ୍ପିଟାଲକୁ ନେଇଥିଲେ। ପୋଲିସ କେସ୍‌ ହେବ ଜାଣିପାରି ବନ୍ଧୁକକୁ ଲୁଚାଇବାକୁ ମୋ ସାଙ୍ଗ ରାଜେଶ ତରାଇଙ୍କୁ କହିଥିଲି। ରାଜେଶ କେଉଁଠି ଲୁଚାଇଛନ୍ତି ତାହା ଜାଣିନାହାନ୍ତି। ଏହାପରେ ସୋମବାର ରାତିରେ ନନ୍ଦନକାନନ ଥାନା ଅଧୀନ ମାରୁତିଭିଲ୍ଲାରେ ରହୁଥିବା ରାଜେଶଙ୍କୁ ପୋଲିସକୁ କାବୁ କରିବା ସହ ତାଙ୍କ ଘର ତଲାସି କରିଥିଲା। କିନ୍ତୁ ବନ୍ଧୁକ ମିଳି ନ ଥିଲା। ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେ କହିଥିଲେ ଯେ, ଆଶିଷଙ୍କଠାରୁ ଘଟଣା ସମ୍ପର୍କରେ ଶୁଣି ତାଙ୍କ ରୁମ୍‌କୁ ଯାଇଥିଲି। ସେଠାରୁ ବନ୍ଧୁକ ଆଣି ବାଇକରେ ମାରୁତି ଭିଲ୍ଲା ଯିବାବେଳେ ରଘୁନାଥପୁରଠାରେ ଏକ ନର୍ଦ୍ଦମାକୁ ଫିଙ୍ଗି ଦେଇଥିଲି। ପୋଲିସ ମଙ୍ଗଳବାର ସକାଳେ ଆଶିଷ ଓ ରାଜେଶଙ୍କୁ ଉକ୍ତ ନର୍ଦ୍ଦମା ନିକଟକୁ ନେଇ ବହୁ ସମୟ ଖୋଜାଖୋଜି କରିଥିଲେ ବି ବନ୍ଧୁକ ପାଇ ନ ଥିଲା। ଏଥିଯୋଗୁ ଏବେ ପୋଲିସ ଚିନ୍ତା ବଢିଯାଇଛି। କାରଣ ବନ୍ଧୁକ ନ ମିଳିଲେ ଅଭିଯୁକ୍ତ ଜେଲରୁ ଖସିଯିବା ଯଥେଷ୍ଟ ସମ୍ଭାବନା ରହିଛି। ରାଜେଶ ଜଣେ କୁଖ୍ୟାତ ଅପରାଧୀ। ସେ ଆଶିଷଙ୍କ ସହ ନୟାପଲ୍ଲୀ ବୋମାମାଡ଼ ମାମଲାରେ ସମ୍ପୃକ୍ତ ବୋଲି ପୋଲିସ କହିଛି। ରାଜେଶଙ୍କ ଘର ନିଆଳି ଅଞ୍ଚଳରେ ହୋଇଥିବା ବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ରହୁଛନ୍ତି।
ଅନ୍ୟପକ୍ଷରେ ଯୁବତୀଙ୍କ ମା, ବାପା ବାଲେଶ୍ୱରରୁ ମଙ୍ଗଳବାର ଭୁବନେଶ୍ୱର ଆସି ହସ୍ପିଟାଲରେ ଝିଅକୁ ଭେଟିଛନ୍ତି। ପରେ ସେମାନେ ଆଶିଷଙ୍କ ବିରୋଧରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଆଶିଷକୁ ଜାଣି ନ ଥିବା କହିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯୁବତୀ ସୁସ୍ଥ ହେବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ। ମଙ୍ଗଳବାର ପୋଲିସ ଯୁବତୀଙ୍କ ବୟାନ ରେକର୍ଡ ପାଇଁ ହସ୍ପିଟାଲ ଯାଇଥିଲେ। ହେଲେ ଗୁଳିମାଡ଼ ପରଠୁ ଯୁବତୀ ଭୟଭୀତ ଅବସ୍ଥାରେ ଥିବାରୁୁ ସେ ପୋଲିସ ଆଗରେ ବୟାନ ଦେବା ସ୍ଥିତି ନ ଥିବା ଡାକ୍ତର କହିଥିଲେ। ଫଳରେ ପୋଲିସ ଫେରିଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri