ବନ୍ଧୁକରେ ରୋମାନ୍ସ ବେଳେ ଗୁଳି ଫୁଟିବା ଘଟଣା: ପୋଲିସକୁ ଭୁଆଁ ବୁଲାଇଲେ ଆଶିଷ, ରାଜେଶ

ଭୁବନେଶ୍ୱର, ୧୨।୨(ବ୍ୟୁରୋ):ବନ୍ଧୁକରେ ରୋମାନ୍ସ ବେଳେ ଗୁଳି ଫୁଟି ପ୍ରେମିକା ଆହତ ହେବା ଘଟଣାରେ ଗିରଫ ପ୍ରେମିକ ଆଶିଷ କୁମାର ନାୟକଙ୍କୁ ମଙ୍ଗଳବାର ଜେଲ ଯିବାକୁ ପଡ଼ିଛି। ତାଙ୍କୁ ଗିରଫ ପରେ ଇନ୍‌ଫୋସିଟି ଥାନା ପୋଲିସ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବନ୍ଧୁକକୁ ପୋଲିସ ଜବତ କରିପାରି ନାହିଁ। ପୋଲିସ ଗତ ଦୁଇଦିନ ଧରି ତାଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ପୋଲିସକୁ ଭୁଆଁ ବୁଲାଇଥିବା ଜଣାପଡ଼ିଛି। ପୋଲିସକୁ ସେ କହିଥିଲେ, ପ୍ରେମିକା ସହ ରୋମାନ୍ସ କରିବା ବେଳେ ଭୁଲ୍‌ବଶତଃ ବନ୍ଧୁକର ଟ୍ରିଗାର ଉପରେ ହାତ ବାଜିଯାଇଥିଲା। ଫଳରେ ଗୁଳିଟି ଫୁଟି ଯୁବତୀଙ୍କ ଜଙ୍ଘରେ ପଶିଯାଇଥିଲା। ଏହାପରେ ସେ ତାଙ୍କୁ ତରବରିଆଭାବେ ଉଦ୍ଧାର କରି ଘରୋଇ ହସ୍ପିଟାଲକୁ ନେଇଥିଲେ। ପୋଲିସ କେସ୍‌ ହେବ ଜାଣିପାରି ବନ୍ଧୁକକୁ ଲୁଚାଇବାକୁ ମୋ ସାଙ୍ଗ ରାଜେଶ ତରାଇଙ୍କୁ କହିଥିଲି। ରାଜେଶ କେଉଁଠି ଲୁଚାଇଛନ୍ତି ତାହା ଜାଣିନାହାନ୍ତି। ଏହାପରେ ସୋମବାର ରାତିରେ ନନ୍ଦନକାନନ ଥାନା ଅଧୀନ ମାରୁତିଭିଲ୍ଲାରେ ରହୁଥିବା ରାଜେଶଙ୍କୁ ପୋଲିସକୁ କାବୁ କରିବା ସହ ତାଙ୍କ ଘର ତଲାସି କରିଥିଲା। କିନ୍ତୁ ବନ୍ଧୁକ ମିଳି ନ ଥିଲା। ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେ କହିଥିଲେ ଯେ, ଆଶିଷଙ୍କଠାରୁ ଘଟଣା ସମ୍ପର୍କରେ ଶୁଣି ତାଙ୍କ ରୁମ୍‌କୁ ଯାଇଥିଲି। ସେଠାରୁ ବନ୍ଧୁକ ଆଣି ବାଇକରେ ମାରୁତି ଭିଲ୍ଲା ଯିବାବେଳେ ରଘୁନାଥପୁରଠାରେ ଏକ ନର୍ଦ୍ଦମାକୁ ଫିଙ୍ଗି ଦେଇଥିଲି। ପୋଲିସ ମଙ୍ଗଳବାର ସକାଳେ ଆଶିଷ ଓ ରାଜେଶଙ୍କୁ ଉକ୍ତ ନର୍ଦ୍ଦମା ନିକଟକୁ ନେଇ ବହୁ ସମୟ ଖୋଜାଖୋଜି କରିଥିଲେ ବି ବନ୍ଧୁକ ପାଇ ନ ଥିଲା। ଏଥିଯୋଗୁ ଏବେ ପୋଲିସ ଚିନ୍ତା ବଢିଯାଇଛି। କାରଣ ବନ୍ଧୁକ ନ ମିଳିଲେ ଅଭିଯୁକ୍ତ ଜେଲରୁ ଖସିଯିବା ଯଥେଷ୍ଟ ସମ୍ଭାବନା ରହିଛି। ରାଜେଶ ଜଣେ କୁଖ୍ୟାତ ଅପରାଧୀ। ସେ ଆଶିଷଙ୍କ ସହ ନୟାପଲ୍ଲୀ ବୋମାମାଡ଼ ମାମଲାରେ ସମ୍ପୃକ୍ତ ବୋଲି ପୋଲିସ କହିଛି। ରାଜେଶଙ୍କ ଘର ନିଆଳି ଅଞ୍ଚଳରେ ହୋଇଥିବା ବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ରହୁଛନ୍ତି।
ଅନ୍ୟପକ୍ଷରେ ଯୁବତୀଙ୍କ ମା, ବାପା ବାଲେଶ୍ୱରରୁ ମଙ୍ଗଳବାର ଭୁବନେଶ୍ୱର ଆସି ହସ୍ପିଟାଲରେ ଝିଅକୁ ଭେଟିଛନ୍ତି। ପରେ ସେମାନେ ଆଶିଷଙ୍କ ବିରୋଧରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଆଶିଷକୁ ଜାଣି ନ ଥିବା କହିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯୁବତୀ ସୁସ୍ଥ ହେବା ପରେ ପୋଲିସ ତାଙ୍କ ବୟାନ ରେକର୍ଡ କରିବ। ମଙ୍ଗଳବାର ପୋଲିସ ଯୁବତୀଙ୍କ ବୟାନ ରେକର୍ଡ ପାଇଁ ହସ୍ପିଟାଲ ଯାଇଥିଲେ। ହେଲେ ଗୁଳିମାଡ଼ ପରଠୁ ଯୁବତୀ ଭୟଭୀତ ଅବସ୍ଥାରେ ଥିବାରୁୁ ସେ ପୋଲିସ ଆଗରେ ବୟାନ ଦେବା ସ୍ଥିତି ନ ଥିବା ଡାକ୍ତର କହିଥିଲେ। ଫଳରେ ପୋଲିସ ଫେରିଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri