ବନ୍ଧରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରଣପୁର,୩୧।୭(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ମଙ୍ଗଳବାର ସୁନାଖଳା ଫାଣ୍ଡି ଅନ୍ତର୍ଗତ ତଳକଣି ଗ୍ରାମ ମୁଣ୍ଡରେ ଥିବା ବନ୍ଧରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ ଉକ୍ତ ଗ୍ରାମର ମାଗୁଣି ବେହେରାଙ୍କ ସ୍ତ୍ରୀ କୁନି (୪୦)।
ସୂଚନାଯୋଗ୍ୟ, ସକାଳେ କୁନି ବନ୍ଧକୁ ଗାଧୋଇବାକୁ ଯାଇ ଫେରି ନ ଥିଲେ। ପରେ ବନ୍ଧରେ ଥିବା ଅଳ୍ପ ପାଣିରେ କୁନି ପଡିଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଥିବା ବେଳେ କୁନିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ କୁନିଙ୍କୁ ଅସଦାଚରଣ କରିବା ସହ ହତ୍ୟା କରିଥିବା ସ୍ବାମୀ ମାଗୁଣି ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଥାନାରେ କୌଣସି ମାମଲା ଏଯାବତ୍‌ ରୁଜୁ ହୋଇ ନ ଥିବା ଜଣାପଡ଼ିଛି।