ବନ୍ଦ ହୋଇଯିବ ଗରିବ ରଥ ଏକ୍ସପ୍ରେସ

ନୂଆଦିଲ୍ଲୀ,୧୯-୭: ଗରିବଙ୍କୁ ଶସ୍ତାରେ ଏସି ଟ୍ରେନରେ ଯାତ୍ରା କରିବାର ଆନନ୍ଦ ଦେବା ଲାଗି ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପକ୍ଷରୁ ଗରିବ ରଥ ଏକ୍ସପ୍ରେସ୍‌କୁ ଆରମ୍ଭ କରାଯାଇଥିଲା। ବର୍ତ୍ତମାନର ଏନ୍‌ଡିଏ ୨.୦ ସରକାର ଏହାକୁ ବନ୍ଦ କରିଦେବେ। ପ୍ରଥମ ପଦକ୍ଷେପ ସ୍ବରୂପ ୨ଟି ଟ୍ରେନ୍‌କୁ ସୁପରଫାଷ୍ଟ ଟ୍ରେନରେ ପରିବର୍ତ୍ତନ କରାଯାଇସାରିଲାଣି।
ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ଦ୍ୱାରା ୨୦୦୬ରେ ଆରମ୍ଭ କରାଯାଇଥିବା ଗରିବ ରଥ ଏକ୍ସପ୍ରେସ୍‌କୁ ବନ୍ଦ କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ କାଠଗୋଦାମ-ଜମ୍ମୁତ ଓ୍ବି ଏବଂ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବ ରଥ ଏକ୍ସପ୍ରେସକୁ ରବିବାର ଠାରୁ ବଦଳାଇଦେଇଛି। ଅର୍ଥାତ ଏହି ରୁଟ୍‌ରେ ଗରିବ ରଥର ଶସ୍ତା ଯାତ୍ରା ବନ୍ଦ ହୋଇଯାଇଛି। ଏହି ରୁଟ୍‌ରେ ଏବେ ମେଲ୍‌ ଅଥବା ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଗରିବ ରଥ ଏକ୍ସପ୍ରେସରେ ପୂର୍ବରୁ ୧୨ ଡବା(ସମସ୍ତ ଏସି) ଥିଲା ବେଳେ ଏବେ ନୂଆ ସୁପରଫାଷ୍ଟ ଟ୍ରେନରେ ୧୬ ଡବା ଲଗାଯାଇଛି। ନୂଆ ବ୍ୟବସ୍ଥାରେ ଗୋଟିଏ ବର୍ଗଙ୍କୁ ସୁବିଧା ମିଳିବାକୁ ଯାଉଥିବା ବେଳେ ଅନ୍ୟ ଏକ ବର୍ଗ ଏସି ସୁବିଧା ହରାଇବାକୁ ଯାଉଛନ୍ତି। ଏଥିରେ ଜେନେରାଲ, ସ୍ଲିପର ଓ ଏସି କୋଚ୍‌ ରହିଛି। ଏଥିସହିତ ରେଳ ମନ୍ତ୍ରଣାଳୟ ଟ୍ରେନ ଭଡା ମଧ୍ୟ ବଢ଼ାଇ ଦେଇଛନ୍ତି। ପୂର୍ବରୁ କାଠଗୋଦାମ-ଜମ୍ମୁତ ଓ୍ବି ଗରିବ ରଥରେ ଏସି କୋଚ୍‌ ଭଡା ୭୫୫ ଟଙ୍କା ଥିଲା, ଯାହା ଏବେ ସୁପରଫାଷ୍ଟ ହେବା କାରଣରୁ ୧୦୭୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଟ୍ରେନର ସ୍ଲିପର କୋଚ୍‌ର ଭଡା ୩୯୦ ଟଙ୍କା ରଖାଯାଇଛି। ସେହିପରି କାଠଗୋଦାମ-କାନପୁର ଗରିବ ରଥର ଏସି ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ୬୭୫ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଏହାର ସ୍ଲିପର କୋଚ୍‌ ଭଡ଼ା ୨୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଗରିବ ରଥର ଡବା ନିର୍ମାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅର୍ଥାତ୍‌ ବର୍ତ୍ତମାନ ଚାଲୁଥିବା ସମସ୍ତ ଡବା ପ୍ରାୟ ୧୩ରୁ ୧୪ ବର୍ଷ ପୁରୁଣା। ପୁରୁଣା ଡବାଗୁଡ଼ିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଧିକ ହେଉଥିବାରୁ ରେଲଓ୍ବେ ଦୈନନ୍ଦିନ କ୍ଷତି ବଢ଼ିବାରେ ଲାଗିଛି। ଏଣୁ ଏହି ବଗି ସ୍ଥାନରେ ଏବେ ନୂଆ ତଥା ଅତ୍ୟାଧୁନିକ ଡବା ନିର୍ମାଣ ହେଉଛି। ଏହି କାରଣରୁ ଗରିବ ରଥର ଡବାଗୁଡ଼ିକୁ ଏବେ ମେଲ୍‌ ଅଥବା ଏକ୍ସପ୍ରେସ୍‌ରେ ବଦଳାଯାଉଛି। ଏହି କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଗଲାଣି। ଦେଶରେ ଏବେ ପ୍ରାୟ ୨୬ ଯୋଡା ଗରିବ ରଥ ଏକ୍ସପ୍ରେସ ଟ୍ରେନ ଚାଲୁଛି। ଯାହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦିଆଯିବ ଏବଂ ଏହା ସ୍ଥାନରେ ସୁପରଫାଷ୍ଟ ଟ୍ରେନ ଚାଲିବ। ଲାଲୁ ଯାଦବଙ୍କ ଦ୍ୱାରା ଗରିବ ରଥ ପ୍ରଚଳନ ନେଇ ଘୋଷଣା ହେବା ପରେ ମଧ୍ୟବିତ୍ତ ଶ୍ରେଣୀ ଏହାକୁ ସ୍ବାଗତ କରିଥିଲେ। କାରଣ ଅଳ୍ପ ଭଡାରେ ଏସି ଟ୍ରେନରେ ଯାତ୍ରା କରିବାର ସ୍ବପ୍ନ ସେତେବେଳେ ସାକାର ହୋଇଥିଲା। ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଚଳନ ଯୋଗୁ ଏଣିକି ମଧ୍ୟବିତ୍ତଙ୍କୁ ଅଧିକ ଭଡା ଗଣିବାକୁ ହେବ। ଗରିବ ରଥ ସର୍ବାଧିକ ୧୪୦କିମି ବେଗରେ ଗତି କରିବାରେ ସକ୍ଷମ ଥିଲାବେଳେ ଏହାର ସମସ୍ତ ଡବା ଥାର୍ଡ ଏସିଯୁକ୍ତ ଥିଲା। କିନ୍ତୁ ଏହାର ଭଡା ସାମାନ୍ୟ ଥାର୍ଡ ଏସିଯୁକ୍ତ ଟ୍ରେନ ତୁଳନାରେ ୪୦ ପ୍ରତିଶତ କମ ରହିଛି। ଉଦାହରଣ ସ୍ବରୂପ ଆନନ୍ଦବିହାର ଠାରୁ ପାଟନା ଜଙ୍କଶନ ଗରିବ ରଥ ଟ୍ରେନର ଭଡା ପ୍ରାୟ ୯୦୦ ଟଙ୍କା ହୋଇଥିବା ବେଳେ ଏହି ରୁଟ୍‌ରେ ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନର ଏସି-୩ କ୍ଲାସ୍‌ର ଭଡା ୧୩୦୦ ଟଙ୍କା ରହିଛି। ଅର୍ଥାତ୍‌ ପ୍ରାୟ ୪୦୦ ଟଙ୍କା ଫରକ ରହିଛି। ଯାତ୍ରୀଙ୍କୁ ଖାଦ୍ୟପେୟ ଓ ବେଡ୍‌ ରୋଲ୍‌ ଲାଗି ସ୍ବତନ୍ତ୍ର ଭାବେ ଅର୍ଥ ପ୍ରଦାନ କରିବାକୁ ପଡୁଛି। ଗୋଟିଏ ବେଡ୍‌ ରୋଲ ପାଇଁ ଯାତ୍ରୀଙ୍କ ଠାରୁ ୨୫ ଟଙ୍କା ଆଦାୟ କରାଯାଉଛି। ଏଥିରେ ଗୋଟିଏ ତକିଆ, ଗୋଟିଏ କମ୍ବଳ ଓ ଦୁଇଟି ଚାଦର ଦିଆଯାଉଛି। ପ୍ରଥମ ଗରିବ ରଥ ଏକ୍ସପ୍ରେସ ଟ୍ରେନ ସହରସା-ଅମୃତସର ମଧ୍ୟରେ ଚାଲିଥିଲା। ଏହାକୁ ୨୦୦୬ ଅକ୍ଟୋବର ୫ରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବ ପ୍ରଚଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri