Categories: ଜାତୀୟ

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ,୨୯।୧୧: ବିମୁଦ୍ରିକରଣ ପରେ ବଜାରକୁ ଆସିଥିବା ୨ହଜାର ଟଙ୍କିଆକୁ ନେଇ ଏବେ ଲୋକଙ୍କ ମନରେ ପୁଣି ଛନକା ପଶିଲାଣି। କାରଣ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ ଏସ୍‌ସି ଗର୍ଗ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହା ଏକ ବଡ ନୋଟ୍‌ ହୋଇଥିବାରୁ ଏହାର ପ୍ରଚଳନରେ ବଡ ଅସୁବିଧା ହେଉଛି। ତେଣୁ ଏହାକୁ ଛୋଟ କରିଦେଲେ ଭଲ ବୋଲି ସେ କହିଛନ୍ତି। କିନ୍ତୁ ଏହି ୨ହଜାର ଟଙ୍କିଆକୁ ସେ ବନ୍ଦ କରିଦେବା କଥା କହି ନାହାଁନ୍ତି ବରଂ ଏହାକୁ ଛୋଟ କରିଦେଲେ କିଛି ଅସୁବିଧା ନାହିଁ ବୋଲି ମତ ରଖିଛନ୍ତି। ୫ଶହ ଟଙ୍କିଆ ନୋଟ୍‌ରେ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଗର୍ଗ ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଉପୁଜୁଥିବା ଅସୁବିଧା ସମ୍ପର୍କରେ କହିଥିଲେ। ତାଙ୍କ ମତରେ ଏହାକୁ ବେଶିଦିନ ନ ଚଳାଇବା ଭଲ ହେବ।

Share