ବନ୍ଦ ହେବ ସାଇ ସ୍ପୋଟର୍‌ସ ହଷ୍ଟେଲ

ଢେଙ୍କାନାଳ ଅଫିସ, ୨୪ା୬: ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳସ୍ଥିତ ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ସମସ୍ୟା ଅଳନ୍ଧୁରେ ଘାଣ୍ଟି ହେଉଛି। ଦକ୍ଷ କୋଚ୍‌, କ୍ରୀଡ଼ା ଭିତ୍ତିଭୂମିର ଅଭାବ ଏହି ଜାତୀୟ କ୍ରୀଡ଼ା ଅନୁଷ୍ଠାନକୁ ଦୁର୍ବଳ କରିଦେଇଛି। ଏହାର ରକ୍ଷଣାବେକ୍ଷଣ ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ଧ୍ୟାନ ଦେଉନାହିଁ। ଏପରି କି ଏହାକୁ ନିକଟ ଭବିଷ୍ୟତରେ ବନ୍ଦ କରିଦେବାକୁ ମସୁଧା କରାଯାଉଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି।
କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବାକୁ ୧୯୯୨ରେ ଢେଙ୍କାନାଳରେ ପ୍ରତିଷ୍ଠା କରାଯାଇଥିଲା ସାଇ କ୍ରୀଡ଼ା ଛାତ୍ରାବାସ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଫୁଟବଲ, ଆଥଲେଟିକ୍ସ, କବାଡ଼ି, ରେସ୍‌ଲିଂ, ୱେଟ୍‌ ଲିଫ୍ଟିଙ୍ଗ୍‌ ବିଭାଗରେ ଖେଳାଳିଙ୍କୁ ଚୟନ କରି ଛାତ୍ରାବାସରେ ଦକ୍ଷ କୋଚ୍‌ଙ୍କ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଥିଲା। ତେବେ ଏହି କ୍ରୀଡ଼ା ପ୍ରତିଷ୍ଠାନ ପ୍ରତିଷ୍ଠାକୁ ୨୭ବର୍ଷ ବିତିଯାଇଥିବାବେଳେ ଆଖିଦୃଶିଆ ବିକାଶ ହେବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ରୁଗ୍‌ଣ ହୋଇପଡ଼ିଲାଣି। ଏହାର ଉନ୍ନତୀକରଣ ପାଇଁ କାହାରି ଆନ୍ତରିକତା ଥିବା ମନେହେଉନାହିଁ।
ଛାତ୍ରାବାସରେ ୫୦ଜଣ କ୍ରୀଡ଼ାବିତ୍‌ ରହିବା ବ୍ୟବସ୍ଥା ଅଛି। ଆରମ୍ଭରୁ ଏଠାରେ ଫୁଟ୍‌ବଲ ପ୍ରଶିକ୍ଷଣ ଦିଆଯାଉଥିଲା। ହେଲେ କ୍ରୀଡ଼ାବିତ୍‌ଙ୍କ ଲାଗି ପଡ଼ିଆକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ୨୦୦୯ରୁ ଏହାକୁ ସାଇ କର୍ତ୍ତୃପକ୍ଷ ଉଠାଇ ନେଇଥିଲେ। ଏପରି କି ସମସ୍ୟା ଘେରରେ ପଡ଼ିଥିବା ସାଇ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରକୁ ୨୦୦୯-୨୦୧୪ ଯାଏ ବନ୍ଦ ରଖିବାକୁ ପଡ଼ିଥିଲା। କ୍ରୀଡ଼ାବିତ୍‌, କ୍ରୀଡ଼ା ଅନୁଷ୍ଠାନ ଏବଂ ସହରବାସୀଙ୍କ ଦାବି ପରେ ୨୦୧୪ରୁ ଏହା ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ଏବେ ଏଠାରେ ଆଥଲେଟିକ୍ସ, କବାଡ଼ି, ରେସ୍‌ଲିଂ, ୱେଟ୍‌ ଲିଫ୍ଟଙ୍ଗ୍‌ରେ ୨୭ଜଣ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି। ହେଲେ ୨ଟିକୁ ବାଦ୍‌ଦେଲେ ଅନ୍ୟ ବିଭାଗର କୋଚ୍‌ ନାହାନ୍ତି। ସେହିପରି ୨୦୧୯ମେ ୩୦ରୁ ପ୍ରଶିକ୍ଷଣ କେନ୍ଦ୍ର ଦାୟିତ୍ୱରେ ଥିବା ମୁଖ୍ୟ କୋଚ୍‌ଙ୍କ ବଦଳି ହୋଇଯାଇଛି। ଅଦ୍ୟାବଧି ତାଙ୍କ ସ୍ଥାନରେ ଅନ୍ୟ କାହାରିକୁ ଅବସ୍ଥାପିତ କରାଯାଇନାହିଁ।
ପ୍ରଶିକ୍ଷଣ କେନ୍ଦ୍ରର କଳେବର ବୃଦ୍ଧି କରିବାକୁ ସହର ଉପକଣ୍ଠ ୫୫ନଂ. ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଅତିରିକ୍ତ ପଡ଼ିଆ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କାମ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ବର୍ଷକ ପରେ କୌଣସି କାରଣରୁ କାମ ବନ୍ଦ ହୋଇଯାଇଛି। ଏବେ ଉକ୍ତ ପଡ଼ିଆ ପରିତ୍ୟକ୍ତ ହୋଇପଡ଼ିଛି।
ଢେଙ୍କାନାଳ ସାଇ କ୍ରୀଡ଼ା ଛାତ୍ରାବାସରୁ ଅନେକ କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇଛନ୍ତି। ୨୦୦୬ରେ ଫୁଟ୍‌ବଲ ଖେଳାଳି ଜଗବନ୍ଧୁ ମୋଦି ୨୨ ବର୍ଷରୁ କମ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ଖ୍ୟାତନାମା ଓ୍ବେଟ୍‌ଲିଫ୍ଟର କେ.ରବି କୁମାର ମଧ୍ୟ ଏଠାରୁ ପ୍ରଶିକ୍ଷଣ ନେଇଛନ୍ତି, ଯାହା ଏହି କ୍ରୀଡ଼ା ଛାତ୍ରାବାସର ଗୁରୁତ୍ୱକୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପରିଚିତ କରାଇଛି। ଆହୁରି ମଧ୍ୟ ଅନେକ କ୍ରୀଡ଼ାବିତ୍‌ ଏଠାରୁ ତାଲିମ ନେଇ ଜାତୀୟସ୍ତରରେ ସଫଳତା ସାଉଁଟିଛନ୍ତି। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ଶତାଧିକ କ୍ରୀଡ଼ାପ୍ରତିଭା ସୃଷ୍ଟି କରିଥିବା ଢେଙ୍କାନାଳ ସାଇ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ନିଜର ପରିଚୟ ଖୋଜୁଛି। ସମସ୍ୟା ସମାଧାନର ବାଟ ପାଉ ନ ଥିବା କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ମସୁଧା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଜିଲାରେ କ୍ରୀଡ଼ାର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିସହ ସାଇ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ୧୯୯୮ ଅକ୍ଟୋବର ୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଢେଙ୍କାନାଳ ଷ୍ଟାଡିୟମ୍‌ର ଉନ୍ନତୀକରଣ କରାଯାଇଥିଲା। ନୂତନ ଗ୍ୟାଲେରି ଏବଂ ଛାତ୍ରାବାସ ପ୍ରକୋଷ୍ଠ ଲୋକାର୍ପିତ ହୋଇଥିଲା। ଏସବୁ ସତ୍ତ୍ୱେ ବର୍ତ୍ତମାନ ସମୟରେ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ସାଇ, ଜିଲା କ୍ରୀଡ଼ା ବିଭାଗ, କ୍ରୀଡ଼ା ସଂସଦ ପକ୍ଷରୁ ଆନ୍ତରିକତା ଦେଖିବାକୁ ମିଳୁନାହିଁ, ଯାହା କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି କୁହନ୍ତି, ସାଇ କ୍ରୀଡ଼ା ଛାତ୍ରାବାସରେ କୋଚ୍‌ ଅଭାବ ରହିଛି। ହେଲେ ଏହାକୁ ବନ୍ଦ କରିବାକୁ କୌଣସି ପତ୍ର କିମ୍ବା ସୂଚନା ଆସି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri