Categories: ଜାତୀୟ

ବନ୍ଦ ହେବ ଗରିବ ରଥ

ନୂଆଦିଲ୍ଲୀ,୧୮।୭: ଗରିବ ରଥର ହେବ ନବକଳେବର। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗରିବ ରଥ ଟ୍ରେନ୍‌କୁ ଖୁବ୍‌ଶୀଘ୍ର ସୁପରଫାଷ୍ଟ ଟ୍ରେନ୍‌ରେ ପରିବର୍ତ୍ତନ କରାଯିବ। ଏହାସହ ଏହାର କୋଚ୍‌ରେ ପରିବର୍ତ୍ତନ କରାଯିବ। ୧୨ଟି ଶୀତତାପ ନୀୟନ୍ତ୍ରିତ କୋଚ୍‌ର ସଂଖ୍ୟାକୁ ୧୬କୁ ବୃଦ୍ଧି କରାଯିବ। ଏଥିରେ ଜେନରାଲ ,ସ୍ଲିପର ଓ ଏସି କୋଚ୍‌ର ବ୍ୟବସ୍ଥା ରହିବ। ସୂଚନାଯୋଗ୍ୟ, ୨୦୦୬ରେ ରେଳମନ୍ତ୍ରୀ ଥିବା ଲାଲୁ ପ୍ରସାଦ ଯାଦବ ଗରିବ ରଥ ଟେନ୍‌ ଆରମ୍ଭ କରିଥିଲେ।

Share