ବନ୍ଦ କାର୍‌ରେ ଶିଶୁକନ୍ୟାକୁ ଛାଡ଼ି ପଳାଇଲେ ମା’ବାପା, ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲେ ଲୋକେ

ଢେଙ୍କାନାଳ ଅଫିସ,୩।୧୨: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ଏକ ଧଳା କାର୍‌ ଭିତରେ ଦେଢ଼ ବର୍ଷର ଶିଶୁକନ୍ୟା ଫସି ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଗାଡ଼ିର କାଚ ଖୋଲି ଶିଶୁକନ୍ୟାକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅପରପକ୍ଷେ ପିଲାଟିର ମା’ବାପା ଫେରି ଶିଶୁଟି ତାଙ୍କର। ଇସିଜି କରିବାକୁ ଯାଇଥିବାରୁ ଛୁଆଟିକୁ ଗାଡ଼ି ଭିତରେ ଛାଡ଼ି ଯାଇଥିବା କହିଛନ୍ତି। ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଅପରପକ୍ଷେ ବନ୍ଦ କାର୍‌ରେ ଛୁଆକୁ ଛାଡ଼ି ସ୍ବାସ୍ଥ୍ୟପରୀକ୍ଷା କରିବାକୁ ଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।