ବନବିଭାଗ ଦେଲା ୧ ଲକ୍ଷ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ଡିଏଫ୍ଓ ସମ୍ୟକ୍ ସାମନ୍ତରା ସୂଚନା ଦେଇଛନ୍ତି। ଡିଏଫ୍ଓ, ଏସିଏଫ୍, ଫରେଷ୍ଟର ଓ ଗାର୍ଡମାନେ ଟଙ୍କା ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।