Categories: ନୟାଗଡ଼

ବନବିଭାଗର ଚଢ଼ାଉ: ଶାଗୁଆନ, ଜାମୁ ପଟା ଜବତ

ଓଡଗାଁ,୨୬।୬(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ, ଓଡଗାଁ ବନାଞ୍ଚଳ ଓ ବାହାଡାଝୋଲା ସେକ୍ସନ ଅନ୍ତର୍ଗତ ସୁନାମୁହିଁ ଗ୍ରାମରେ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ ହୋଇଛି। ଚଢ଼ାଉରେ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ ଓ ଜାମୁ ପଟା ଜବତ ହୋଇଛି। ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା, ଫରେଷ୍ଟର ସରିତା ବରାଳ ବନ କର୍ମଚାରୀଙ୍କ ସହିତ ଦେବରାଜ ମହାରଣାଙ୍କ ବାରି ଘରେ ଚଢ଼ାଉ କରି ଏହାକୁ ଜବତ କରିଥିଲେ। ତେବେ ଜବତ ପଟାର ମାପଚୁପ ଚାଲିଥିବା ବେଳେ ଆନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବବୋଲି ରେଞ୍ଜର କହିଛନ୍ତି।