ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍‌

ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍‌ ଶୋ’ ଛାଡ଼ିବା ପରେ ଏବେ ଆମନା ଶରିଫ ଏହି ଭୂମିକାରେ ନଜର ଆସିବେ। ଏବେ ଏହାର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଫଟୋରେ ସେ ହିନାଙ୍କ ଭଳି ପୋଷାକ ପିନ୍ଧିଛନ୍ତି। ତେବେ ପୂର୍ବ କୋମଲିକା ଭାବେ ହିନା ବେଶ ଲୋକପ୍ରିୟତା ସାଉଁଟିଥିବା ବେଳେ ଏବେ କୋମନା କେତେମାତ୍ରାରେ ସଫଳ ହେଉଛନ୍ତି ତାହା ସମୟ କହିବ।
ପୂର୍ବରୁ ଆମନା ଜଣେ ସଂସ୍କାରୀ ବୋହୂ ଭାବେ ଅଭିନୟ କରୁଥିଲେ। ପରେ ସେ ଛଅ ବର୍ଷ ଧରି ଅଭିନୟ ଜଗତରୁ ଦୂରେଇ ରହିଥିଲେ।

Share