Categories: ଜାତୀୟ

ବଦଳିଲା ବ୍ୟାଙ୍କ କାର୍ଯ୍ୟ ସମୟ: ଅକ୍ଟୋବର ୧ରୁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ରହିବ ଖୋଲା

ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୧ରୁ ଦେଶର ରାଷ୍ଟ୍ରାୟାତ ବ୍ୟାଙ୍କ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ  ଖୋଲା ରହିବ। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏସମ୍ପର୍କରେ ରାଜ୍ୟ ସ୍ତରୀୟ ବ୍ୟାଙ୍କରର୍ସ କମିଟି(ଏସ୍‌ଏଲ୍‌ବିସି) ବିଧିବଦ୍ଧ ପଦକ୍ଷେପ ନେବ। ଏସମ୍ପର୍କରେ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେଇଛନ୍ତି।

Share