ବଦଳିଲା ପାଗ: ବଢ଼ିପାରେ ଶୀତ

ଭୁବନେଶ୍ୱର,୫।୨(ବ୍ୟୁରୋ): ପୁଣି ପାଗରେ ପରିବର୍ତ୍ତନ ଘଟିଛି। ବୁଧବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଉ ୨୪ ଘଣ୍ଟା ବର୍ଷା ଲାଗି ରହିବ। ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର ଓ ନୟାଗଡ଼ ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାଫଳରେ ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ କୋହଲା ପାଗ ଲାଗି ରହିବ। ୮ କିମ୍ବା ୯ ତାରିଖରେ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ପରିଣାମ ସ୍ବରୂପ ଶୀତ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।