Categories: ଜାତୀୟ

ବଦଳିଲା ନିୟମ: ୧୬ ନୁହେଁ ୨୪ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ,୭।୧: ଚଳିତବର୍ଷ ଯେଉଁମାନେ ନିଜ ଘର ପାଇଁ ନୂଆ ଏୟାର କଣ୍ଡିସନର(ଏସି) କିଣିବେ ସେମାନେ ଆରମ୍ଭରୁ ୨୪ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଏହାକୁ ଚଲାଇବେ। ସବୁ କମ୍ପାନୀର ସବୁ ପ୍ରକାରର ଏସିରେ ଡିଫଲ୍ଟ ତାପମାତ୍ରା ୨୪ ଡିଗ୍ରୀ ସେଟ୍‌ କରାଯିବ। ଏହାପରେ ଏହାକୁ କମ୍‌ ବା ଅଧିକ କରାଯାଇ ପାରିବ। ଶକ୍ତି ମନ୍ତ୍ରଣାଳୟର ନୋଟିଫିକେଶନ ଆଧାରରେ ନୂଆବର୍ଷରୁ ନୂଆ ସେଟିଂର ଏସି ତିଆରି କରାଯିବ। ସବୁ ବ୍ରାଣ୍ଡର ଷ୍ଟାର ରେଟିଂ ବାଲା ଏସି ପାଇଁ ନୋଟିଫିକେଶନ ଜାରି କରାଯାଇଛି। ନୂଆ ନିୟମ ୨୦୨୦ ଜାନୁୟାରୀ ୧ରୁ ଲାଗୁ କରାଯିବ। ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି(ବିଇଇ) ସରକାରଙ୍କ ସହ ମିଶି ଏହି ନିୟମ ଲାଗୁ କରିଛନ୍ତି।

Share