Categories: ଖେଳ

ବଦଳିଲା ଆରସିବି ଲୋଗୋ

ବାଙ୍ଗାଲୋର,୧୪।୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶୁକ୍ରବାର ତା’ର ନୂଆ ଲୋଗୋ ଉନ୍ମୋଚନ କରିଛି। ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ଆରସିବି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଫ୍ରାଞ୍ଚାଇଜ ସୋସିଆଲ ମିଡିଆରୁ ପ୍ରୋଫାଇଲ ଇମେଜ ସମେତ କିଛି ପୁରୁଣା ପୋଷ୍ଟ ଡିଲେଟ୍‌ କରିବାର କିଛି ଦିନ ପରେ ଏହି ଘୋଷଣା କରାଯାଇଛି। ସୋସିଆଲ ମିଡିଆର ବିଭିନ୍ନ ପୋଷ୍ଟ ହଟା ଯିବା ଉପରେ ଦଳର ଅଧିନାୟକ ବିରାଟ କୋହଲି, ବରିଷ୍ଠ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଓ ସ୍ପିନର ୟୁଜବେନ୍ଦ୍ର ଚହଲ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଟୁଇଟରରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଆରସିବିର ନୂଆ ଲୋଗୋ ଦେଖିବାକୁ ମିଳୁଛି। ଏହାର କ୍ୟାପଶନରେ ଲେଖା ରହିଛି, ବହୁ ପ୍ରତିକ୍ଷା ପରେ ନୂଆ ଆରସିବି ଓ ନୂଆ ଲୋଗୋ ଆସିଛି। ଏହି ଅବସରରେ ଫ୍ରାଞ୍ଚାଇଜ ଚେୟାରମ୍ୟାନ ସଞ୍ଜୀବ ଗୋଏଙ୍କା କହିଛନ୍ତି, ନିରବିଚ୍ଛିନ୍ନ ଭାବେ ମନୋରଞ୍ଜନ ଓ ଆରସିବି ପଛରେ ଥିବା ପ୍ରଶଂସକଙ୍କ ଭରସାକୁ ଆମ ଲୋଗୋ ଦର୍ଶାଉଛି। ଦଳୀୟ ଆବଶ୍ୟକତା ପାଇଁ ପରିଚୟରେ ପରିବର୍ତ୍ତନ କରୁଛୁ। ନୂଆ ସିଜନ ପୂର୍ବରୁ ଆରସିବି ତା’ର ନାମ ଓ ଜର୍ସିରେ ପରିବର୍ତ୍ତନ କରିପାରେ ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲା।

Share