Posted inରାଜ୍ୟ

ବଦଳିବ ଜିଲା ମୁଖ୍ୟ ଚିକିତ୍ସାଳୟ ରୂପରେଖ: ନିର୍ମାଣ ହେବ ଅତ୍ୟାଧୁନିକ ଆଉଟଡୋର

ଅନୁଗୋଳ ଅଫିସ, ୧।୬: ଜିଲା ମୁଖ୍ୟ ଚିକିତ୍ସାଳୟର ରୂପରେଖ ବଦଳିବ। ମେଡିକାଲରେ ଥିବା ମେଡିଶିନ୍‌ ୱାର୍ଡ ଭଙ୍ଗାଯାଇ ସେଠାରେ ଅତ୍ୟାଧୁନିକ ଆଉଟଡୋର ବ୍ୟବସ୍ଥା କରାଯିବ। ପୁରୁଣା ଆଉଟଡୋର ନିକଟରେ ରୋଗୀ ଓ ସମ୍ପର୍କୀୟଙ୍କ ବସିବା ପାଇଁ ଏକ ପ୍ରତୀକ୍ଷା କକ୍ଷ ଖୋଲାଯିବାର ବ୍ୟବସ୍ଥା ଖୁବ୍‌ଶୀଘ୍ର କରାଯିବ। ଶୁକ୍ରବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ବେଳେ ଏହି ସୂଚନା ମିଳିଛି। ରୋଗୀଙ୍କୁ କିପରି ଉନ୍ନତ ସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବର୍ତ୍ତମାନ ଥିବା କାଜୁଆଲଟି ପରିବର୍ତ୍ତେ ନୂତନ ତଥା ଅତ୍ୟାଧୁନିକ କାଜୁଆଲଟିରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ପୁରୁଣା ମେଡିଶିନ ୱାର୍ଡକୁ ସ୍ଥାନାନ୍ତର କରାଯିବ। ମେଡିକାଲର ୩ ମହଲା ଉପରେ ଆହୁରି ଦୁଇ ମହଲା ନିର୍ମାଣ କରାଯିବ। ରୋଗୀଙ୍କ ଯିବା ଆସିବା ପାଇଁ ଲିଫ୍ଟ ସହ ର଼୍ୟାମ୍ପ ରହିବ। ନୂତନ ଦୁଇ ମହଲାରେ କାଜୁଆଲଟି ବ୍ୟବସ୍ଥା ରଖାଯିବ। ସେହିପରି ଉପର ମହଲାରେ ସମ୍ମିଳନୀ କକ୍ଷ ସହ ପ୍ରଶାସନିକ କାର୍ଯ୍ୟାଳୟ କରାଯିବ ବୋଲି ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ଦୁଇ ମୁଖ୍ୟ ଫାଟକ ସମ୍ମୁଖରେ ମାଷ୍ଟର ପ୍ଲାନ(ନକ୍ସା) ଲଗାଯିବ। ଏହାଦ୍ୱାରା ରୋଗୀ ଏବଂ ସମ୍ପର୍କୀୟମାନେ ୱାର୍ଡ ଓ ବିଭାଗକୁ ଯିବାରେ ଆଉ ସମସ୍ୟା ଉପୁଜିବ ନାହିଁ। ବର୍ତ୍ତମାନ ଆଉଟଡୋରରେ ରୋଗୀଙ୍କ ବିଶ୍ରାମ ବା ବସିବା ପାଇଁ ସ୍ଥାନ ନ ଥିବାରୁ ୪୦ଟି ଚୌକି କାଜୁଆଲଟି ଟିକେଟ୍‌ କାଉଣ୍ଟର ସମ୍ମୁଖରେ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ମେଡିକାଲର ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯିବ। ନୂତନ ଶବ ସଂରକ୍ଷଣ ଗୃହରେ ଦୁଇଟି ମୃତଦେହ ସଂରକ୍ଷିତ ରହିପାରିବା ଭଳି ମେଶିନ କିଣାଯିବ। ୫ଶହ କେଭିର ଟ୍ରାନ୍ସଫର୍ମର ଲଗାଯିବା ପାଇଁ ସେସୁକୁ ଜିଲା ପ୍ରଶାସନ ପକ୍ଷରୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଡାୟାଲିସିସ୍‌ ସେଣ୍ଟରକୁ ନୂତନ ଜେନେରେଟର ପ୍ରଦାନ କରାଯାଇଥିବା ସିଡିଏମ୍‌ଓ କହିଥିଲେ। ଏଥିସହ ଟ୍ରମା କେୟାର ସେଣ୍ଟର ପାଇଁ ଜାଗା ଅଭାବ ଥିବାରୁ ପୋଲଟ୍ରି ଫାର୍ମ ଉଠାଯାଇ ମେଡିକାଲକୁ ଜାଗା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ତ୍ରିଲୋଚନ ପ୍ରଧାନ, ରୋଗୀ କଲ୍ୟାଣ ସମିତି ସଦସ୍ୟ ଭବାନୀ ମିଶ୍ର, ଆରଆଣ୍ଡବି ଇଞ୍ଜିନିୟର, ବିଦ୍ୟୁତ୍‌ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର, ପୌରପାଳିକା କର୍ମଚାରୀ ପ୍ରମୁଖଙ୍କ ସହ ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri