ବଦଳିପାରେ ମାକ୍ସ ୭୩୭ ବୋଇଂ ବିମାନର ନାମ

ନ୍ୟୁୟର୍କ,୧୮।୬: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଏବେ ମାକ୍ସ ୭୩୭ ବିମାନର ନାମ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦୁଇଟି ବଡ଼ ଦୁର୍ଘଟଣା ପରେ କେହି ଏହି ବିମାନକୁ କିଣୁ ନ ଥିବାକୁ କମ୍ପାନୀ ଏହାର ନାମ ପରିବର୍ତ୍ତନ କରିବା କଥା ଚିନ୍ତା କରିଥିବା କୁହାଯାଉଛି। ହେଲେ ସୋମବାର କମ୍ପାନୀର ଚିଫ୍‌ ଫାଇନାନ୍‌ସିଆଲ ଅଫିସର କହିଛନ୍ତି ବିମାନର ଇନପ୍ୟୁଟ କଥା ବିଚାର ଚାଲିଛି। ଯଦି ଆବଶ୍ୟକ ପଡେ ତେବେ ଏହାର ନାଁରେ ପରିବର୍ତ୍ତନ କରାଯିବ। ନଚେତ୍‌ ସେମିତି କିଛି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି। କମ୍ପାନୀର ଆଉ କେତେଜଣ ଅଧିକାରୀ କହିଛନ୍ତି କି ମାକ୍ସ ୭୩୭ର ନାଁ ବଦଳାଇବାର କୌଣସି କାରଣ ନାହିଁ। କାରଣ ଏହା ମାର୍କେଟରେ ସବୁଠାରୁ ଅଧିକ ବିକ୍ରିହେବା ବିମାନ ମଧ୍ୟରୁ ଗୋଟିଏ। ଅବଶ୍ୟ ଦୁର୍ଘଟଣା ପରଠାରୁ ଏହାର ବିକ୍ରି ହୋଇନାହିଁ। ହେଲେ ସମୟ ଆସିଲେ ହୁଏତ ଏହାର ନାଁ ପରିବର୍ତ୍ତନ କରାଯାଇପାରେ।

Share