Categories: ଜାତୀୟ

ବଦଳିକୁ ନେଇ ରାଗି ଯାଇ ୬୫ କିଲୋମିଟର ଦୌଡିବାକୁ ଉଦ୍ୟମ କଲେ ଏସ୍‌ଆଇ

ଇଟାଓ୍ବା,୧୬।୧୧: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାକିରିରେ ବଦଳିକୁ ବିରୋଧ କରି ଜଣେ ସବ୍‌-ଇନସପେକ୍ଟର(ଏସ୍‌ଆଇ) ୬୫ କିଲୋମିଟର ଦୌଡିବାକୁ ସ୍ଥିର କରିଥିଲେ। ସେ କହିଥିଲେ ତାଙ୍କ ସହ ଅନ୍ୟାୟ ହୋଇଛି। ତେଣୁ ସେ ଏବେ ୬୫ କିଲୋମିଟର ଦୌଡିବା ଆରମ୍ଭ କରିଛନ୍ତି। ବିଜୟ ପ୍ରତାପ ନାମକ ଏହି ସବ୍‌-ଇନସପେକ୍ଟର ଦୌଡିବା ସମୟରେ ଅଧାବାଟରେ ବେହୋସ୍‌ ହୋଇ ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।

Share