ବଦନାମରୁ ମୁକୁଳିବାକୁ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି ଅପରାଧ। ସକାଳୁ ରାତି ମାତୁଛନ୍ତି ଅପରାଧୀ। କମିଶନରେଟ ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ କିଛିଦିନ ହେବ ସହରରେ ବଡ଼ ବଡ଼ ଅପରାଧୀ ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛନ୍ତି। ସହରବାସୀ ରାସ୍ତାକୁ ଓହ୍ଲାଇବା ପରେ ବଦନାମ ଛିଟା ଲିଭାଇବାକୁ ଶୋଇ ରହିଥିବା କମିଶନରେଟ ପୋଲିସ ଚିଇଁକି ଉଠିଛି। ଗତ ୩୦ ତାରିଖରେ ମଞ୍ଚେଶ୍ୱର ଥାନାଞ୍ଚଳରେ ୨୪ ଘଣ୍ଟାରେ ୪ ଲୁଟ୍‌ ଓ ଡକାୟତି ହୋଇଥିଲା। ବିଭିନ୍ନ ସ୍ଥାନରେ ଲୁଟେରାମାନେ ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ବିପୁଳ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ପରେ କମିଶନରେଟ ପୋଲିସ ବିରୋଧରେ ନିଆଁ ଜଳିଥିଲା। ଖାକିରେ ଲାଗିଥିବା ଛିଟାକୁ ଲିଭାଇବାକୁ ଯାଇ ପୋଲିସ ଏବେ ଆରମ୍ଭ କରିଛି ଏନ୍‌କାଉଣ୍ଟର ଅଭିଯାନ। ୨୯ ଘଣ୍ଟାରେ ୩ଟି ସ୍ଥାନରେ ୫ଜଣଙ୍କୁ ଏନ୍‌କାଉଣ୍ଟର କରିଛି। ଶନିବାର ଭୋର୍‌ରେ ଭୁବନେଶ୍ୱର ଉପକଣ୍ଠ ତଥା ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ବ୍ରିଜ୍‌ ନିକଟରେ ପୋଡ଼ା ଓରଫ ଅରୁଣ ମଲ୍ଲିକ ଓ ବିବେକ ଓରଫ ବିବେକାନନ୍ଦ ନାୟକଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିବାବେଳେ ଶନିବାର ରାତିରେ ବଡ଼ଗଡ଼ ଥାନା ଚିଲିପୋଖରୀଠାରେ ଆଉ ଏକ ଡବଲ୍‌ ଏନ୍‌କାଉଣ୍ଟର ହୋଇଛି। ଏଥିରେ ହରି ଓରଫ ହରେକୃଷ୍ଣ ସ୍ବାଇଁ ଓ ସିଲୁ ଓରଫ ସିପୁନ କବି ଆହତ ହୋଇଛନ୍ତି। ପୁଣି ରବିବାର ରାତିରେ ଭରତପୁର ଅଞ୍ଚଳରେ ହୋଇଥିବା ପଞ୍ଚମ ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି ପୋଲିସର ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ରବି ରାଓ। ତେବେ କମିଶନରେଟ ପୋଲିସର ହଠାତ୍‌ ଏଭଳି ତତ୍ପରତାକୁ ଦେଖି ସହରବାସୀ ଚକିତ ହୋଇଯାଇଛନ୍ତି। ଅପରାଧୀଙ୍କୁ ସୁଯୋଗ ଦେଇଥିବା କମିଶନରେଟ ପୋଲିସ ଏବେ ବଦନାମରୁ ମୁକୁଳିବାକୁ ଏନ୍‌କାଉଣ୍ଟରକୁ ଆପଣାଇଥିବା ଚର୍ଚ୍ଚା ଚାଲିଛି।

ଫ୍ଲାଟ୍‌ ନଂ.୨୦୮ ଥିଲା ଆଡ୍ଡାସ୍ଥଳ
ଦିନରେ ନକଲି ମଦ ତିଆରି, ରାତିରେ ଡକାୟତି
ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକ ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୨୦୮ ଥିଲା ୧୧ଜଣିଆ ଗ୍ୟାଙ୍ଗ୍‌ର ଆଡ୍ଡାସ୍ଥଳ। ଏହିଠାରେ ଚାଲିଥିଲା ନକଲି ମଦ କାରଖାନା ଓ ପ୍ରସ୍ତୁତ ହେଉଥିଲା ଅପରାଧର ବ୍ଲୁ ପ୍ରିଣ୍ଟ୍‌। ଗ୍ୟାଙ୍ଗ୍‌ର ସଦସ୍ୟମାନେ ଦିନରେ ମଦ ତିଆରିରେ ନିୟୋଜିତ ରହିବା ସହ ରାତିରେ ଏହାର ଚୋରା ଚାଲାଣ ସହ ଲୁଟ୍‌ ଓ ଡକାୟତି କରୁଥିଲେ। ଗୁରୁତ୍ୱପୂର୍ଣ୍ଣ କାମ ନ ଥିଲେ ହରେକୃଷ୍ଣ ଓ ସିପୁନ ଦିନରେ ଘରୁ ବାହାରୁ ନ ଥିଲେ। ଏସବୁରୁ ଆସୁଥିବା ଟଙ୍କାକୁ ମିଳିମିଶି ବାଣ୍ଟି ନେଉଥିଲେ। ବିଶେଷକରି ହରେକୃଷ୍ଣ ଓ ସିପୁନ୍‌ ଡକାୟତି ସହ ଲୁଟ୍‌ପାଟରେ ଥିଲେ ଧୁରନ୍ଧର। ଏହି ଗ୍ୟାଙ୍ଗ୍‌ ସଦସ୍ୟଙ୍କ ନାମରେ କାର୍‌ ଲୁଟ , ଡକାୟତି, ମରଣାନ୍ତକ ଆକ୍ରମଣ ଆଦି ୧୨ରୁ ଊର୍ଦ୍ଧ୍ୱ ମାମଲା ରହିଛି।

୧୧ଜଣିଆ ଗ୍ୟାଙ୍ଗ୍‌ର ଲିଡ଼ର ରବି
ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ଓ ଡକାୟତି ପରେ ପୋଲିସର ନିଦ ହଜିଥିଲା। ତଦନ୍ତବେଳେ ଏଥିରେ ସମ୍ପୃକ୍ତ ଥିବା ୧୧ଜଣିଆ ଗ୍ୟାଙ୍ଗ୍‌ର ସୁରାକ ପାଇଥିଲା କମିଶନରେଟ ପୋଲିସ। ଏହାପରେ ଚଢ଼ାଉ ଓ ଏନ୍‌କାଉଣ୍ଟର ପାଇଁ ହୋଇଥିଲା ଯୋଜନା। ଶନିବାର ଭୋର୍‌ ସମୟରେ ପୋଡ଼ା ଓ ବିବେକଙ୍କୁ ଏନ୍‌କାଉଣ୍ଟର କରିବା ପରେ ତାଙ୍କଠାରୁ ଗ୍ୟାଙ୍ଗ୍‌ ସମ୍ପର୍କରେ ବହୁକିଛି ତଥ୍ୟ ହାସଲ କରିଥିଲା ପୋଲିସ। ଗ୍ୟାଙ୍ଗ୍‌ ଲିଡ଼ର ରବି ବୋଲି ଜଣାପଡ଼ିଥିଲା ।
ସହର ଛାଡ଼ିଥାନ୍ତେ
ପ୍ରଥମେ ଗ୍ୟାଙ୍ଗ୍‌ର ଦୁଇଜଣଙ୍କୁ ଏନ୍‌କାଉଣ୍ଟର ପରେ ମାଷ୍ଟରମାଇଣ୍ଡ୍‌ ରବି ଓ ଅନ୍ୟ ସଦସ୍ୟମାନେ ସହର ଛାଡ଼ିବାକୁ ଯୋଜନା କରିଥିଲେ। ରବିବାର ରାତି ପ୍ରାୟ ୯ଟାରେ ରବି ଭରତପୁର ଜିଏ ପ୍ଲଟର ଏକ ଅନ୍ଧାରୁଆ ସ୍ଥାନକୁ ଅନ୍ୟ ସମସ୍ୟମାନଙ୍କୁ ଡାକିଥିଲେ। ହେଲେ ରବିର ଫୋନ୍‌ ନମ୍ବରକୁ ଟ୍ରାକ୍‌ କରିଥିବା େସ୍ପେଶାଲ ସ୍କ୍ବାଡ୍‌ ସେଠାରେ ଚଢ଼ାଉ କରି ଏନ୍‌କାଉଣ୍ଟର କରିଥିଲା।
ପୂର୍ବରୁ ହୋଇଥିଲା ଏନ୍‌କାଉଣ୍ଟର
୨୦୧୬ ଅଗଷ୍ଟରେ ରବିଙ୍କୁ ପୋଲିସ ପାଣ୍ଡରା ନିକଟରେ ଏନ୍‌କାଉଣ୍ଟର କରିଥିଲା। ଜେଲରେ କିଛିଦିନ ରହିବା ପରେ ଜାମିନ୍‌ରେ ଆସି ଗ୍ୟାଙ୍ଗ୍‌ ଗଢ଼ି ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା। ତାଙ୍କ ନାମରେ ବିଭିନ୍ନ ଥାନାରେ ୩୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବାବେଳେ ଏକ ହତ୍ୟା ମାମଲାରେ ଢେଙ୍କାନାଳ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ଜାଣି ସେ ଭୁବନେଶ୍ୱରରେ ଲୁଚି ରହି ଗ୍ୟାଙ୍ଗ୍‌ ଚଳାଇଥିଲା। ରବି ଓ ତାଙ୍କ ଗ୍ୟାଙ୍ଗ୍‌ ବିଭିନ୍ନ ଜିଲାରୁ କାର୍‌ ଲୁଟ୍‌ ଏବଂ ଚୋରି କରି ସେଥିରେ ଅପରାଧ ଘଟାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri