ବଦନାମରୁ ମୁକୁଳିବାକୁ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି ଅପରାଧ। ସକାଳୁ ରାତି ମାତୁଛନ୍ତି ଅପରାଧୀ। କମିଶନରେଟ ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ କିଛିଦିନ ହେବ ସହରରେ ବଡ଼ ବଡ଼ ଅପରାଧୀ ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛନ୍ତି। ସହରବାସୀ ରାସ୍ତାକୁ ଓହ୍ଲାଇବା ପରେ ବଦନାମ ଛିଟା ଲିଭାଇବାକୁ ଶୋଇ ରହିଥିବା କମିଶନରେଟ ପୋଲିସ ଚିଇଁକି ଉଠିଛି। ଗତ ୩୦ ତାରିଖରେ ମଞ୍ଚେଶ୍ୱର ଥାନାଞ୍ଚଳରେ ୨୪ ଘଣ୍ଟାରେ ୪ ଲୁଟ୍‌ ଓ ଡକାୟତି ହୋଇଥିଲା। ବିଭିନ୍ନ ସ୍ଥାନରେ ଲୁଟେରାମାନେ ବନ୍ଧୁକ ଦେଖାଇ ଭୁଜାଲିରେ ହାଣି ବିପୁଳ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ପରେ କମିଶନରେଟ ପୋଲିସ ବିରୋଧରେ ନିଆଁ ଜଳିଥିଲା। ଖାକିରେ ଲାଗିଥିବା ଛିଟାକୁ ଲିଭାଇବାକୁ ଯାଇ ପୋଲିସ ଏବେ ଆରମ୍ଭ କରିଛି ଏନ୍‌କାଉଣ୍ଟର ଅଭିଯାନ। ୨୯ ଘଣ୍ଟାରେ ୩ଟି ସ୍ଥାନରେ ୫ଜଣଙ୍କୁ ଏନ୍‌କାଉଣ୍ଟର କରିଛି। ଶନିବାର ଭୋର୍‌ରେ ଭୁବନେଶ୍ୱର ଉପକଣ୍ଠ ତଥା ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ବ୍ରିଜ୍‌ ନିକଟରେ ପୋଡ଼ା ଓରଫ ଅରୁଣ ମଲ୍ଲିକ ଓ ବିବେକ ଓରଫ ବିବେକାନନ୍ଦ ନାୟକଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିବାବେଳେ ଶନିବାର ରାତିରେ ବଡ଼ଗଡ଼ ଥାନା ଚିଲିପୋଖରୀଠାରେ ଆଉ ଏକ ଡବଲ୍‌ ଏନ୍‌କାଉଣ୍ଟର ହୋଇଛି। ଏଥିରେ ହରି ଓରଫ ହରେକୃଷ୍ଣ ସ୍ବାଇଁ ଓ ସିଲୁ ଓରଫ ସିପୁନ କବି ଆହତ ହୋଇଛନ୍ତି। ପୁଣି ରବିବାର ରାତିରେ ଭରତପୁର ଅଞ୍ଚଳରେ ହୋଇଥିବା ପଞ୍ଚମ ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି ପୋଲିସର ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ରବି ରାଓ। ତେବେ କମିଶନରେଟ ପୋଲିସର ହଠାତ୍‌ ଏଭଳି ତତ୍ପରତାକୁ ଦେଖି ସହରବାସୀ ଚକିତ ହୋଇଯାଇଛନ୍ତି। ଅପରାଧୀଙ୍କୁ ସୁଯୋଗ ଦେଇଥିବା କମିଶନରେଟ ପୋଲିସ ଏବେ ବଦନାମରୁ ମୁକୁଳିବାକୁ ଏନ୍‌କାଉଣ୍ଟରକୁ ଆପଣାଇଥିବା ଚର୍ଚ୍ଚା ଚାଲିଛି।

ଫ୍ଲାଟ୍‌ ନଂ.୨୦୮ ଥିଲା ଆଡ୍ଡାସ୍ଥଳ
ଦିନରେ ନକଲି ମଦ ତିଆରି, ରାତିରେ ଡକାୟତି
ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକ ନିକଟ ବାପୁଜୀ ହାଇଟ୍‌ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୨୦୮ ଥିଲା ୧୧ଜଣିଆ ଗ୍ୟାଙ୍ଗ୍‌ର ଆଡ୍ଡାସ୍ଥଳ। ଏହିଠାରେ ଚାଲିଥିଲା ନକଲି ମଦ କାରଖାନା ଓ ପ୍ରସ୍ତୁତ ହେଉଥିଲା ଅପରାଧର ବ୍ଲୁ ପ୍ରିଣ୍ଟ୍‌। ଗ୍ୟାଙ୍ଗ୍‌ର ସଦସ୍ୟମାନେ ଦିନରେ ମଦ ତିଆରିରେ ନିୟୋଜିତ ରହିବା ସହ ରାତିରେ ଏହାର ଚୋରା ଚାଲାଣ ସହ ଲୁଟ୍‌ ଓ ଡକାୟତି କରୁଥିଲେ। ଗୁରୁତ୍ୱପୂର୍ଣ୍ଣ କାମ ନ ଥିଲେ ହରେକୃଷ୍ଣ ଓ ସିପୁନ ଦିନରେ ଘରୁ ବାହାରୁ ନ ଥିଲେ। ଏସବୁରୁ ଆସୁଥିବା ଟଙ୍କାକୁ ମିଳିମିଶି ବାଣ୍ଟି ନେଉଥିଲେ। ବିଶେଷକରି ହରେକୃଷ୍ଣ ଓ ସିପୁନ୍‌ ଡକାୟତି ସହ ଲୁଟ୍‌ପାଟରେ ଥିଲେ ଧୁରନ୍ଧର। ଏହି ଗ୍ୟାଙ୍ଗ୍‌ ସଦସ୍ୟଙ୍କ ନାମରେ କାର୍‌ ଲୁଟ , ଡକାୟତି, ମରଣାନ୍ତକ ଆକ୍ରମଣ ଆଦି ୧୨ରୁ ଊର୍ଦ୍ଧ୍ୱ ମାମଲା ରହିଛି।

୧୧ଜଣିଆ ଗ୍ୟାଙ୍ଗ୍‌ର ଲିଡ଼ର ରବି
ମଞ୍ଚେଶ୍ୱର ଥାନାଞ୍ଚଳରେ ସିରିଜ୍‌ ଲୁଟ୍‌ ଓ ଡକାୟତି ପରେ ପୋଲିସର ନିଦ ହଜିଥିଲା। ତଦନ୍ତବେଳେ ଏଥିରେ ସମ୍ପୃକ୍ତ ଥିବା ୧୧ଜଣିଆ ଗ୍ୟାଙ୍ଗ୍‌ର ସୁରାକ ପାଇଥିଲା କମିଶନରେଟ ପୋଲିସ। ଏହାପରେ ଚଢ଼ାଉ ଓ ଏନ୍‌କାଉଣ୍ଟର ପାଇଁ ହୋଇଥିଲା ଯୋଜନା। ଶନିବାର ଭୋର୍‌ ସମୟରେ ପୋଡ଼ା ଓ ବିବେକଙ୍କୁ ଏନ୍‌କାଉଣ୍ଟର କରିବା ପରେ ତାଙ୍କଠାରୁ ଗ୍ୟାଙ୍ଗ୍‌ ସମ୍ପର୍କରେ ବହୁକିଛି ତଥ୍ୟ ହାସଲ କରିଥିଲା ପୋଲିସ। ଗ୍ୟାଙ୍ଗ୍‌ ଲିଡ଼ର ରବି ବୋଲି ଜଣାପଡ଼ିଥିଲା ।
ସହର ଛାଡ଼ିଥାନ୍ତେ
ପ୍ରଥମେ ଗ୍ୟାଙ୍ଗ୍‌ର ଦୁଇଜଣଙ୍କୁ ଏନ୍‌କାଉଣ୍ଟର ପରେ ମାଷ୍ଟରମାଇଣ୍ଡ୍‌ ରବି ଓ ଅନ୍ୟ ସଦସ୍ୟମାନେ ସହର ଛାଡ଼ିବାକୁ ଯୋଜନା କରିଥିଲେ। ରବିବାର ରାତି ପ୍ରାୟ ୯ଟାରେ ରବି ଭରତପୁର ଜିଏ ପ୍ଲଟର ଏକ ଅନ୍ଧାରୁଆ ସ୍ଥାନକୁ ଅନ୍ୟ ସମସ୍ୟମାନଙ୍କୁ ଡାକିଥିଲେ। ହେଲେ ରବିର ଫୋନ୍‌ ନମ୍ବରକୁ ଟ୍ରାକ୍‌ କରିଥିବା େସ୍ପେଶାଲ ସ୍କ୍ବାଡ୍‌ ସେଠାରେ ଚଢ଼ାଉ କରି ଏନ୍‌କାଉଣ୍ଟର କରିଥିଲା।
ପୂର୍ବରୁ ହୋଇଥିଲା ଏନ୍‌କାଉଣ୍ଟର
୨୦୧୬ ଅଗଷ୍ଟରେ ରବିଙ୍କୁ ପୋଲିସ ପାଣ୍ଡରା ନିକଟରେ ଏନ୍‌କାଉଣ୍ଟର କରିଥିଲା। ଜେଲରେ କିଛିଦିନ ରହିବା ପରେ ଜାମିନ୍‌ରେ ଆସି ଗ୍ୟାଙ୍ଗ୍‌ ଗଢ଼ି ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା। ତାଙ୍କ ନାମରେ ବିଭିନ୍ନ ଥାନାରେ ୩୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବାବେଳେ ଏକ ହତ୍ୟା ମାମଲାରେ ଢେଙ୍କାନାଳ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ଜାଣି ସେ ଭୁବନେଶ୍ୱରରେ ଲୁଚି ରହି ଗ୍ୟାଙ୍ଗ୍‌ ଚଳାଇଥିଲା। ରବି ଓ ତାଙ୍କ ଗ୍ୟାଙ୍ଗ୍‌ ବିଭିନ୍ନ ଜିଲାରୁ କାର୍‌ ଲୁଟ୍‌ ଏବଂ ଚୋରି କରି ସେଥିରେ ଅପରାଧ ଘଟାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri