ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ

ଖୁଣ୍ଟୁଣି,୨୨।୯(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ହାତୀ ଶାବକ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଖଣ୍ଡୁଆଳୀ ଗ୍ରାମର କେତେକ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ବନାଞ୍ଚଳ ଅଧିକାରୀଙ୍କ ଅନୁପସ୍ଥିତିରେ କୃଷ୍ଣପୁର ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ , ନେପାଳ କୃଷ୍ଣ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।