ବଢୁଛି ମହାରାଷ୍ଟ୍ର ପୋଲିସର ଚିନ୍ତା, ଗୋଟିଏ ଦିନରେ ୮୦ ପୋଲିସ କରୋନା ପଜିଟିଭ

ମୁମ୍ବାଇ,,୨୬।୫: କରୋନା ସଂକ୍ରମଣ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏବେ ସେଠାରେ କରୋନା ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବର୍ତ୍ତି ପାରୁ ନାହାନ୍ତି। ମହାରାଷ୍ଟ୍ର ପୋଲିସରେ ଗୋଟିଏ ଦିନରେ ୮୦ ଜଣ ପୋଲିସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏମାନଙ୍କୁ ମିଶାଇ ଏବେ ମହାରାଷ୍ଟ୍ରରେ ମୋଟ ୧,୮୮୯ ଜଣ ପୋଲିସ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ୮୦ ଜଣ ପୋଲିସ କରୋନାରେ ପୀଡ଼ିତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପାଖାପାଖି ୨୦ ଜଣ ପୋଲିସଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଲାଣି। ସଂକ୍ରମିତଙ୍କ ମଧ୍ୟରୁ ୧,୦୩୧ ଜଣଙ୍କ ଚିକତ୍ସା ଚାଲିଥିବା ବେଳେ ୮୩୮ ଜଣ ସୁସ୍ଥ ହୋଇ ସାରିଲେଣି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨,୬୬୭ରେ ପହଞ୍ଚିଥିବା ବେଳେ ୧,୬୯୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

Share