ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ କାର୍ଯ୍ୟ ବଢୁଛି। ନିଶାଡ଼ିଙ୍କ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ ମଦବିକ୍ରିକୁ ବିରୋଧ କଲେ ଧମକ ମିଳୁଥିବା ଅଭିଯୋଗ ହେଉଛି। ଏହି କାରଣରୁ ନିଶା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଶିଥିଳ ପଡ଼ିଯାଉଛି।
ଅଞ୍ଚଳରେ ମଦ କାରବାର ନୂଆ କଥା ନୁହେଁ। ମଦ ପାଇଁ ପରିବାରରେ ସୁଖଶାନ୍ତି ହଜିଯାଉଛି। ଗଣ୍ଡଗୋଳ ନିତିଦିନିଆ ଘଟଣା ହୋଇଛି। ଅସାମାଜିକଙ୍କ ଦୌରାତ୍ମରେ ଝିଅବୋହୂ ରାସ୍ତାରେ ଚାଲିବା ମୁସ୍କିଲ ହୋଇଗଲାଣି। ପୋଲିସ ଏବଂ ଅବକାରୀ ବିଭାଗ ଉପରୁ ଆସ୍ଥା ହରାଇ ଗତ ୨୧ ତାରିଖରେ କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ଗ୍ରାମର ଶତାଧିକ ମହିଳା ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଫେରାଦ ହୋଇଥିଲେ। ଏହା ପରେ ବି ମଦବିକ୍ରି ରୋକିବାକୁ ପଦକ୍ଷେପ ନିଆଯାଉନାହିଁ।
ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ, ପରଜଙ୍ଗ ଅଞ୍ଚଳରେ ସରକାରୀ ଦେଶୀ ମଦଭାଟି ନାମକୁ ମାତ୍ର ରହିଛି। ଭାଟିରୁ ମଦ ପ୍ରସ୍ତୁତି ପରେ ଏହାକୁ ଅଭ୍ୟନ୍ତରୀଣ ଗ୍ରାମକୁ ଯୋଜନାବଦ୍ଧ ଭାବେ ପହଞ୍ଚାଇ ଦିଆଯାଉଛି। ପ୍ରତି ଗ୍ରାମରେ ଥିବା ବ୍ୟବସାୟୀମାନେ ମଦ କାରବାରକୁ ପ୍ରଶ୍ରୟ ଦେଉଛନ୍ତି। ଅନୁରୂପ ଭାବେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଢାବା, ପାନ ଦୋକାନ, ପରିବା ଦୋକାନ, ତେଜରାତି ଦୋକାନକୁ ମଦ ଯୋଗାଇ ଦିଆଯାଉଛି। ଅଞ୍ଚଳର କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଏହି କାରବାରରେ ଲିପ୍ତ ଅଛନ୍ତି। ସେମାନଙ୍କ ବିରୋଧରେ ସ୍ବର ଉଠାଉଥିବା ବ୍ୟକ୍ତି, ଅନୁଷ୍ଠାନକୁ ଧମକଚମକ ମିଳୁଛି। କେତେଜଣ ନ୍ୟସ୍ତସ୍ବାର୍ଥ ସରକାରୀ କର୍ମଚାରୀ ଏପରି ବେଆଇନ କାରବାରରେ ସମ୍ପୃକ୍ତ ଥିବାରୁ ମଦ ବ୍ୟବସାୟୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଉଛି। ଏଥିପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ କହିଛନ୍ତି।
ଏ ନେଇ ଉପଖଣ୍ଡ ଦାୟିତ୍ୱରେ ଥିବା ଅବକାରୀ ଏସ୍‌ଆଇ ସ୍ବପ୍ନାରାଣୀ ସାହୁ କୁହନ୍ତି, ଅଭିଯୋଗ ଆସିଲେ ଯଥାସମ୍ଭବ ଚଢ଼ାଉ କରାଯାଉଛି। ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନଗୁଡ଼ିକରେ ମଦବିକ୍ରି କରିବା ନିୟମ ଅଛି। ଏହାକୁ ଉଲ୍ଲଂଘନ କରି ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମଦବିକ୍ରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri