Categories: ଜାତୀୟ

ବଢୁଛି କାବିନି ଡ୍ୟାମର ଜଳସ୍ତର

କୋଡାଗୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର କାବିନି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଡ୍ୟାମରୁ ପାଖାପାଖି ୪୦ ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥିବା ଜଣାପଡିଛି। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୨,୨୮୪ ଫୁଟ୍‌ ଥିବା ବେଳେ ଏବେ ଏଥିରେ ଜଳସ୍ତର ରହିଛି ୨,୨୮୧ଫୁଟ। ଏଭଳି ପରିସ୍ଥିତିରେ କୋଡାଗୁ ଜିଲାର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ରକୁ ୨ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତା ୪୮ ଘଣ୍ଟା ପାଇଁ କୋଡାଗୁ ଜିଲାରେ ପାଣିପାଗ ବିଭାଗ ପକ୍ଷରୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ତେବେ କାବିନି ଡ୍ୟାମର ଜଳସ୍ତର ଯଦି ଏମିତି ବୃଦ୍ଧି ପାଏ ତେବେ ଏକ ବଡ ଧରଣର ବନ୍ୟା ଆଶଙ୍କା କରାଯାଉଛି।

Share